www.samajalive.in
Tuesday, December 9, 2025
15.1 C
Bhubaneswar

ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଏସ.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି । ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲକୁ ଉପଯୋଗ କରାଯାଇପାରିବ ସେ ନେଇ ଏହି ପ୍ରତିନିଧି ଦଳ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପ୍‌ସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତିଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି। ଏହି ଗସ୍ତ ଆଗାମୀ ଦିନରେ ଓଡିଶାର ଯୁବଗୋଷ୍ଠୀଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ଏୟାର ମାର୍ଶଲ ଶ୍ରୀ ଝା ମତବ୍ୟକ୍ତ କରିଛନ୍ତି।

ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ୱାର୍ଲ୍ଡ ସ୍କିଲ ସେଣ୍ଟରର ନଲେଜ ପାର୍ଟନର ଆଇଟିଇଇ ସିଙ୍ଗାପୁର, ଭିତ୍ତିଭୂମି, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ, ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ଶିଳ୍ପ ସହଭାଗିତା ଏବଂ ଦକ୍ଷତା ପ୍ରତିଯୋଗିତା ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି । ଆଗାମୀ ଦିନରେ ୱାର୍ଲ୍ଡ ସ୍କିଲ ସେଣ୍ଟରକୁ ନେଇ କ’ଣ ସବୁ ଯୋଜନା ରହିଛି ସେସବୁ ବିଷୟରେ ଶ୍ରୀ ରେଘୁ ଙ୍କ ସହ ଆଲୋଚନା ହୋଇଥିଲା ।
ଏୟାର ମାର୍ଶଲ ଶ୍ରୀ ଝା ଏବଂ ସହଯୋଗୀମାନେ ମେକାଟ୍ରନିକ୍ସ, ମେକାନିକାଲ ଏବଂ ଇଲେକ୍‌ଟି୍ରକାଲ୍‌ ସରଭିସେସ ଓ ଏୟାର କଣ୍ଡିସନିଂ ଏବଂ ରେଫ୍ରିଜିରେସନ ଲ୍ୟାବ୍‌ ପରିଦର୍ଶନ କରିଥିଲେ । ଏହି ଗସ୍ତରେ ଗ୍ରୁପ୍‌ କ୍ୟାପଟେନ ଏ. ଏମ୍‌.କେ. ନାଇଡୁ, ଗ୍ରୁପ୍‌ କ୍ୟାପଟେନ ଏ ମିଟ୍ଟୁ ଭିଏସଏମ, ଗ୍ରୁପ କ୍ୟାପଟେନ, ଜେ ପରମାର ଏବଂ ୱିଙ୍ଗ କମାଣ୍ଡର ଆରଆରକେ ସିହ୍ନା ସାମିଲ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ସଚିବ, ଶ୍ରୀମତି ରେଣୁପ୍ରଭା ନାୟକ, ୱାର୍ଲ୍ଡ ସ୍କିଲ ସେଣ୍ଟର ପ୍ରିନ୍ସିପାଲ ସଙ୍ଗରନ ଗୋପାଲ, ଡେପୁଟି ପ୍ରିନ୍ସିପାଲ ଏସ୍‌ କେ ଦାସ ଓ ନିର୍ଦ୍ଦେଶକ ଚିୟକ୍‌ ଏଙ୍ଗ୍‌ ଚୁନ୍‌ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories