ହାତଗୋଡ ବନ୍ଧା ଅବସ୍ଥାରେ ୩.୩୮ କିଲୋମିଟର ହ୍ରଦରେ ପହଁରି ବିଶ୍ୱ ରେକର୍ଡ କଲେ ବୟସ୍କ ବ୍ୟକ୍ତି

0

ନୂଆଦିଲ୍ଲୀ:  ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ବୟସ୍କ ବ୍ୟକ୍ତି  ୩.୩୮ କିଲୋମିଟର ଭାରତ ହ୍ରଦରେ ପହଁରିଛନ୍ତି ।  ୟାନେ ପେଟକୋଭ ନାମକ ୬୪ ବର୍ଷିୟ ଏହି ବ୍ୟକ୍ତି ଜଣଙ୍କ ହାତ ଗୋଡ ବନ୍ଧା ଯିବା ସହ ଏକ ଅଖାରେ ଭର୍ତ୍ତି କରାଯାଇଥିଲା । ବୁଲଗେରିଆର ଏହି ବ୍ୟକ୍ତି ଜଣଙ୍କ ମାସିଡୋନିଆର ଓହରିଡ୍‌ ହ୍ରଦମଧ୍ୟରେ ପହଁରିଥିଲେ ।

ପୂର୍ବରୁ ଭାରତର ଜଣେ ମତ୍ସଜୀବୀ ଗୋପାଳ ଖାରଭିଙ୍କ ନାମରେ ଏହି ରେକର୍ଡ ଥିଲା । ସେ ଭାରତ ମହାସାଗରରେ ୩.୦୭୧ କିଲୋମିଟର ହାତ ଗୋଡ ବନ୍ଧା ଅବସ୍ଥାର ପହଁରିଥିଲେ । ୟାନେ ପେଟକୋଭ  ୩.୩୮ କିଲୋମିଟର ପହଁରି  ବିଶ୍ୱ ରେକର୍ଡ କରିଛନ୍ତି । ୟାନେ ପେଟକୋଭ ପ୍ରାୟ ୩ ଘଣ୍ଟା ଧରି ହ୍ରଦ ମଧ୍ୟରେ ପହଁରିଥିଲେ ।

Leave A Reply