ବିଶ୍ୱ ଫିଜିଓଥେରାପି ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୮କୁ ବିଶ୍ୱ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଉଛି। ଫିଜିଓଥେରାପିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବେଶ୍‍ ଭଲ ଭାବରେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସ୍ଥିତିରେ ସମସ୍ତେ ସୁସ୍ଥ ଓ ନିରୋଗୀ ହେବାକୁ ଚାହୁଛନ୍ତି। ବ୍ୟସ୍ତବହୁଳ ଜୀବନ ଶୈଳୀରେ ସମସ୍ତେ ନିଜର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଯତ୍ନବାନ। ଏହି ଭିତ୍ତିଭୂମିରୁ ଜଣାପଡୁଛି ଯେ ଫିଜିଓଥେରାପି ଚିକିତ୍ସା ଆମ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି। ଏହି ଚିକିତ୍ସା ଜନ୍ମ ହେବାଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆବଶ୍ୟକତା ରହିଛି। ଫିଜିଓଥେରାପି ସାଧାରଣତଃ ବିନା ଔଷଧ ଏବଂ ବିନା ସର୍ଜରୀରେ ସ୍ୱାସ୍ଥ୍ୟର ସୁରକ୍ଷା କରୁଛି। ସେଥିପାଇଁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବିଶେଷକରି ଗଣ୍ଠି ଜନିତ ସମସ୍ୟା, ସ୍ନାୟୁଜନିତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା, ବିଭିନ୍ନ ପ୍ରକାର ଆର୍ଥ୍ରାଇଟିସ୍‍, ପକ୍ଷାଘାତ, ଜନ୍ମଗତ ଅକ୍ଷମତା, ଦୁର୍ଘଟଣା ଜନିତ ଶାରୀରିକ କ୍ଷତି, ବାର୍ଦ୍ଧକ୍ୟ ଅକ୍ଷମତା, କ୍ରୀଡା କ୍ଷେତ୍ରରେ ଆଘାତ, ମଧୁମେହ, ମେଦ ବହୁଳତା ଆଦିର ସମାଧାନ ଫିଜିଓଥେରାପିରେ ରହିଛି। କ୍ରୀଡା ଜଗତରେ ଫିଜିଓଥେରାପିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖେଳାଳିଙ୍କ ଫିଟ୍‍ନେସ ଏବଂ ସେମାନଙ୍କୁ ଯନ୍ତ୍ରଣାମୁକ୍ତ ରଖିବା ଦାୟିତ୍ୱ ଫିଜିଓଥେରାପିଷ୍ଟ ତୁଲାଇଥାନ୍ତି। ଆମ ରାଜ୍ୟର ସବୁ ଜିଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବଡ ବଡ ଡାକ୍ତରଖାନାରେ ଏହି ଚିକିତ୍ସା ଉପଲବ୍ଧ ହେଉଛି।

kalyan agarbati

Comments are closed.