www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱ ଏବେ ଭାରତର ସାମର୍ଥ୍ୟକୁ ହୃଦବୋଧ କରିଛି- ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କୋଭିଡ ମୁକାବିଲା କ୍ଷେତ୍ରରେ ଭାରତ ନିଜର ନିରଳସ ଓ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖି ୧୦୦ କୋଟି ପାନ ଟିକାକରଣର ସଫଳତା ହାସଲ କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କୁ ଉଦବୋଧନ ଦେଇ ଏହି ଅଭିଯାନ ଉତ୍କଣ୍ଠାରୁ ଆଶ୍ୱାସନା ପର୍ଯ୍ୟନ୍ତ ଏକ ଯାତ୍ରା ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଫଳତା ହାସଲ ପରେ ସମୁଦାୟ ବିଶ୍ୱ ସଂପ୍ରତି ଭାରତର ସାମର୍ଥ୍ୟକୁ ହୃଦବୋଧ କରିଛି ।
ଭାରତର ସାମର୍ଥ୍ୟକୁ ନେଇ ଅନେକ ସମାଲୋଚକ ସନ୍ଦେହ ବ୍ୟକ୍ତ କରିଥିବାବେଳେ ମାତ୍ର ୯ ମାସ ମଧ୍ୟରେ ୧୦୦ କୋଟି ପାନ ଟିକାକରଣ କରାଯାଇପାରିଛି । ତେବେ ଏହାଦ୍ୱାରା କରୋନା ଭୟ ଦୂର ହୋଇନାହିଁ । ଘରୁ ବାହାରକୁ ବାହାରିଲେ ଆମେ ଯେଉଁଭଳି ଭାବରେ ପାଦରେ ଜୋତା କିମ୍ବା ଚପଲ ପିନ୍ଧି ବାହାରୁଛୁ, ଠିକ ସେହିଭଳି ଘରୁ ବାହାରିଲେ ମୁହଁରେ ମାସ୍କ ନିତାନ୍ତ ଜରୁରୀ ଏବଂ ଏହାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ୧୩୦ କୋଟି ଜନସାଧାରଣଙ୍କ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିପାରିଛି । ୧୦୦ କୋଟି କେବଳ ଏକ ସଂଖ୍ୟା ନୁହେଁ, ଏହା ଆମର ପାରିବାରପଣିଆକୁ ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଏହା ନୂଆ ଭାରତର ଚିତ୍ର । ଏକ ଜଟିଳ ଲକ୍ଷ୍ୟ ସ୍ଥାପନ କରି ତାହା କିଭଳି ହାସଲ କରାଯାଏ ତାହା ଆମେ ଜାଣିଛୁ । ଅନେକ ଲୋକ ଆମର ଟିକାକରଣ ଅଭିଯାନକୁ ଅନ୍ୟ ରାଷ୍ଟ୍ରଗୁଡିକ ସହିତ ତୁଳନା କରୁଛନ୍ତି । ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନ ଦ୍ୱାରା ସୃଷ୍ଟି, ବିଜ୍ଞାନ ଦ୍ୱାରା ପରିଚାଳିତ ଏବଂ ବିଜ୍ଞାନ ଆଧାରିତ, ଯାହା ଆମମାନଙ୍କ ପାଇଁ ଗର୍ବର ବିଷୟ ହୋଇଛି । ଭାରତ ଆରମ୍ଭ କରିଥିବା କୋୱିନ ପ୍ଲାଟଫର୍ମ ସଂପ୍ରତି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ସେ କହିଥିଲେ ଯେ ମାଗଣା ଟିକାକରଣ ଅଭିଯାନ ଯୋଗୁଁ ବ୍ୟାପକ ପ୍ରଭାବ ପରିଲକ୍ଷିତ ହୋଇଛି । ଟିକାକରଣରେ କାହା ପ୍ରତି ଭେଦ ଭାବ କରାଯାଇନାହିଁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories