ପେଟ୍ରୋଲ କି ଡିଜେଲ ନୁହେଁ, ଏମିତି ଚାଲୁଥିଲା ବିଶ୍ବର ପ୍ରଥମ ବାଇକ୍

ନୂଆଦିଲ୍ଲୀ : ବାଇକ୍ ନିର୍ମାଣ କରୁଥିବା ଅନେକ କମ୍ପାନୀ ଆଜିକାଲି ଅନେକ ସୁବିଧା ବିଶିଷ୍ଟ ଗାଡି ବଜାରକୁ ନେଇଆସୁଛନ୍ତି । ଏଥିରେ ଡବଲ ଷ୍ଟ୍ରୋକ୍ ଇଞ୍ଜିନ୍, ଗ୍ୟାସ୍ ଇଞ୍ଜିନ୍, ୪ ଷ୍ଟ୍ରୋକ୍ ଇଞ୍ଜିନ୍ ରହୁଛି । କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ବର ପ୍ରଥମ ବାଇକରେ କେଉଁ ଇଞ୍ଜିନ ବ୍ୟବହାର କରାଯାଇଥିଲା । ୧୮୯୪ରେ ଜଣେ ଜର୍ମାନ ଇଞ୍ଜିନିୟର ଗୋଟଲିଭ୍ ଡେମଲର ଓ ଭିଲ୍ବେମ୍ ମେବ୍ୟାକ୍ ଏକ ଇଞ୍ଜିନ୍ ବିକଶିତ କରିଥିଲେ ଯାହା ପାଣିର ବାଷ୍ପରେ ଚାଲୁଥିଲା । ଏହି ଇଞ୍ଜିନ ଗ୍ୟାସ ଇଞ୍ଜିନର ଆକାରରୁ ବହୁତ ଛୋଟ ଥିଲା । ଏହି ୨ ଇଞ୍ଜିନିୟର Reitwagen ରାଇଡିଂ ଭେଇକଲ ନାମରେ ଏକ ବାଇକ୍ ପ୍ରସ୍ତୁତ କରିଥିଲେ ଯାହାକୁ ପ୍ରଥମ ଥର ମୋଟରାଇଜ୍ଡ ବାଇକ୍ ରୂପେ ଦେଖିବାକୁ ମିଳିଥିଲା । ପରେ ଏହାକୁ ଗ୍ୟାସ୍ ଇଞ୍ଜିନ ସହିତ ବିକଶିତ କରାଗଲା କିନ୍ତୁ ଆରମ୍ଭରେ ବାଷ୍ପ ଇଞ୍ଜିନ ବ୍ୟବହାର କରାଯାଇଥିଲା ।
ପ୍ରଥମ ଗ୍ୟାସ୍ ଇଞ୍ଜିନ ବାଇକ୍ ୧୮୮୫ ମସିହାରେ କାର୍ଲ ବେଞ୍ଜଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ଏହି ବାଇକର ନାଁ ବେଞ୍ଜ ପେଟେଣ୍ଟ ମୋଟରଓ୍ବାଗନ ଥିଲା ଯାହାକୁ ଏପର୍ଯ୍ୟନ୍ତର ପ୍ରଥମ ପେଟ୍ରୋଲ ଇଞ୍ଜିନ ବାଇକ୍ କୁହାଯାଏ । ବିଶ୍ବର ପ୍ରଥମ ମୋଟରସାଇକେଲକୁ ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍ ଇଞ୍ଜିନ ବଦଳରେ ଏକ ଖାସ୍ ପ୍ରକାର କମ୍ବଶନ ଇଞ୍ଜିନ ବ୍ୟବହାର କରାଯାଇଥିଲା ଯେଉଁଥିରେ ପେଟ୍ରୋଲିୟମ ପଦାର୍ଥକୁ ଜଳାଯାଉଥିଲା । ଏହି ବାଇକକୁ ପ୍ରସ୍ତୁତ କରିବା ପାଇଁ କାଠ ବ୍ୟବହାର କରାଯାଉଥିଲା ଯେଉଁଥିରେ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଲାଗିଥିଲା । ଏହି ବାଇକ୍ ୦.୫ ହର୍ସପାଓ୍ବରର ଶକ୍ତି ଉତ୍ପନ କରୁଥିଲା ଯାହାର ଟପ୍ ସ୍ପିଡ୍ ପ୍ରାୟ ୧୧ କିଲୋମିଟର ପ୍ରତି ଘଣ୍ଟା ଥିଲା ।
Comments are closed.