ଧାମରା: ଧାମରାରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧାମରା ମେରାଇନ ଥାନା ଆଇଆଇସି ଜୀବନ ପ୍ରଦ୍ୱୀପ ନାୟକ ଧାମରା ମେରାଇନ ଥାନା ମଧ୍ୟରେ ଏକ ଅଶ୍ୱସ୍ଥ ବୃକ୍ଷ ରୋପଣ କରିଥିବା ବେଳେ ଧାମରାରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହି ଉପଲକ୍ଷେ ସାଧାରଣ ଜନସାଧାରଣଙ୍କୁ ଏକତ୍ରିତ କରି ରୁତୁଚକ୍ରର ପରିବର୍ତ୍ତନକୁ ରୋକିବା ଲାଗି ସମସ୍ତ ସଚେତନ ନାଗରିକ ଆଗଭର ହେବା ସହ ଆଜି ଭଳି ଦିନରେ ଅତିକମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ତାହାକୁ ଠିକ ଭାବରେ ବଢାଇବା ପାଇଁ ନିବେଦନ କରିଥିଲେ।
ସେହିପରି ଧାମରା ନିୟୁମାର୍କେଟ ଠାରେ ଧାମରା ନିୟୁ ମାର୍କେଟ ବଣିକ ସଂଘର ସଂପାଦକ ପ୍ରହଲାଦ ଦାସ,ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଧାମରା ଶାଖାର ସଂଚାଳିକା ବିକେ ସଂଜୁଲତା,ପରିବେଶବିଦ ଶରତ ଦଳେଇ,କୈଳାସ ଦାସ, ଶିବସୁନ୍ଦର ଖଟୁଆ,ବିକେ ପାକିଲି, ବିକେ ସୁନିଲତା, ବିକେ କମଳା, ବିକେ ସୁନୀ, ବିକେ ସୁଲୋଚନା, ବିକେ ନିରୂପମା, ବିକେ କୁନିଲତା,ବିକେ ଟୁନା ,ନରେଶ କୁମାର ଦାସ, ମିଥୁନ ବାରିକ,ଧନଞୟ ପଣ୍ଡା, ମୁକ୍ତିକାନ୍ତ ସେନାପତି, ନିରଞନ ସାମଲ,ସଞିବ ଦାସ ଏବଂ ବ୍ରହ୍ମକୁମାର ପ୍ରଦ୍ୱୀପ ରାଉତଙ୍କ ମିଳିତ ସହଯୋଗରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲା। ଏଥିସହ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ଧାମରା ଶାଖାର ସମସ୍ତ ବ୍ରହ୍ମକୁମାରୀ ଏବଂ ବ୍ରହ୍ମକୁମାର ଏକତ୍ରିତ ହୋଇ ଧାମରା ଅଂଚଳରେ ବଢୁଥିବା ପ୍ରଦୁକ୍ଷଣକୁ ରୋକିବା ପାଇଁ ସମସ୍ତେ ଆଗଭର ହେବା ଜରୁରୀ ବୋଲି ମତ ରଖିବା ସହ ଆଗାମୀ ଦିନରେ ଧାମରାକୁ ଏକ ପ୍ରଦୁଷଣ ମୁକ୍ତ ଅଂଚଳ ଭାବରେ ଗଢିତୋଳିବା ପାଇଁ ଶପଥ ନେଇଥିଲେ।



