www.samajalive.in
Friday, December 12, 2025
27.1 C
Bhubaneswar

ବିଶ୍ବ ପରିବେଶ ଦିବସ : ସୁସ୍ଥ ପରିବେଶ, ସୁରକ୍ଷିତ ଜୀବନ

ମଣିଷର କ୍ରମ ବିବର୍ତ୍ତନ ସହିତ ଏହା ଯେତେବେଳେ ଆଧୁନିକ ଯୁଗରେ ପାଦଦେଲା, ସେତେବେଳେ ଏହାର ପ୍ରଥମ ନଜର ପଡ଼ିଲା ପ୍ରକୃତି ଉପରେ। ନିଜର ସୁଖ, ସ୍ୱାଚ୍ଛନ୍ଦ୍ୟ ପାଇଁ ପ୍ରତି ମୁହୂର୍ତ୍ତରେ ସେ ପ୍ରକୃତିକୁ ବଳି ପକାଇଲା। ପରିଣତିସ୍ୱରୂପ ପ୍ରକୃତି ଏବେ ମଣିଷ ଉପରେ ଦାଉ ସାଧିବା ଆରମ୍ଭ କରିଛି। ତଥାପି ତାହାର ଚେତା ପଶୁନାହିଁ। ପ୍ରକୃତିକୁ ନିଜର କରାୟତ୍ତ ରଖିବା ପ୍ରଚେଷ୍ଟାରେ ମଦମତ୍ତ ମଣିଷ ତାହାର ହିତାହିତ ଜ୍ଞାନ ଭୁଲିଯାଉଛି। ଏଭଳି ପରିସ୍ଥିତିରେ ପ୍ରକୃତିର ସୁରକ୍ଷା ସହିତ ସାରା ଜୀବଜଗତ ପାଇଁ ଏକ ସୁସ୍ଥ ପରିବେଶ ବଜାୟ ରଖିବାକୁ ପ୍ରତିବର୍ଷ ଜୁନ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଜାତିସଂଘର ସାଧାରଣ ପରିଷଦ ପକ୍ଷରୁ ୧୯୭୨ରେ ପ୍ରଥମକରି ଏହି ଦିବସ ପାଳନ କରାଯାଇଥିଲା। ମାନବ ପରିବେଶ ଉପରେ ଷ୍ଟକହୋମ୍‍ ସମ୍ମିଳନୀର ପ୍ରଥମ ଦିନରେ ଏହି ଦିବସ ପାଳିତ ହୋଇଥିଲା। ତାହାର ଦୁଇବର୍ଷ ପରେ ୧୯୭୪ରେ ‘କେବଳ ଗୋଟିଏ ବିଶ୍ୱ’ ସ୍ଲୋଗାନକୁ ନେଇ ବିଶ୍ୱ ପରିବେଶ ଦିବସ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପରିବେଶରେ ହେଉଥିବା ପ୍ରଦୂଷଣ, ତାପମାତ୍ରା ବୃଦ୍ଧି, ବହୁ ଜୀବଜଗତର ବିଲୋପ, ଅନିୟମିତ ବୃଷ୍ଟିପାତ, ବନ୍ୟା, ମରୁଡି, ବାତ୍ୟା ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟିକରି ପ୍ରକୃତି ଓ ପରିବେଶର ସୁରକ୍ଷା କରିବା। ତାହାସହିତ ସମସ୍ତ ଜୀବଜଗତକୁ ସୁରକ୍ଷିତ ରଖିବା। ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହିଦିନ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନକୁ ନେଇ ପାଳିତ ହେଉଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories