www.samajalive.in
Sunday, December 14, 2025
14.1 C
Bhubaneswar

ବିଶ୍ବକପ ସେମି ଫାଇନାଲରେ ଭାରତ; ୭ଟି ମ୍ୟାଚ୍‌ ଖେଳି ସବୁ ମୁକାବିଲାରେ ବିଜୟ ହାସଲ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳୀ ଦମଦାର ପ୍ରଦର୍ଶନ ସହ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ବିଶାଳ ୩୦୨ ରନ ସ୍କୋର କରି ବିଜୟ ହେବା ସହ ବିଶ୍ବକପ ସେମି ଫାଇନାଲକୁ ଉନ୍ନିତ ହୋଇଛି। ୩୦୨ ରନରେ ଶ୍ରୀଲଙ୍କାକୁ ହରାଇ ଭାରତ ସେମିରେ ପହଞ୍ଚିଛି। ଅପରପକ୍ଷରେ ୧୯.୪ ଓଭରରେ ମାତ୍ର ୫୫ ରନ କରି ଶ୍ରୀଲଙ୍କା ଅଲଆଉଟ ହୋଇଥିଲା। ଆଜି ମହମ୍ମଦ ସାମିଙ୍କୁ ପୁଣି ଏକ ୫ ୱିକେଟର ସଫଳତା ମିିଳିଛି। ବିଶ୍ବକପରେ ଏହା ଭାରତର ଲଗାତାର ସପ୍ତମ ବିଜୟ। ସେହିପରି ଚଳିତ ବିଶ୍ବକପରେ ଲଗାତାର ଅପରାଜୟ ରହି ଭାରତ ସେମି ଫାଇନାଲକୁ ଉନ୍ନୀତ ହୋଇଛି। ବିରାଟ କୋହଲି, ଶୁବମନ୍‌ ଗିଲ ଓ ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ ଯୋଗୁ ଶ୍ରୀଲଙ୍କାକୁ ୩୫୮ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ। ତେବେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଶ୍ରୀଲଙ୍କା ମାତ୍ର ୫୫ ରନରେ ଆଉଟ ହୋଇଯାଇଥିଲା। ଆଜି ମହମ୍ମଦ ସାମି ୫ଟି ଓ ମହମ୍ମଦ ସିରାଜ ୩ଟି ୱିକେଟ ନେଇ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କାର ପ୍ରଥମ ୱିକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା‌ ଶେଷ ୱିକେଟ ନେଇଛନ୍ତି। ଏଥି ସହିତ ଭାରତ ପ୍ରଥମ ଦଳ ଭାବେ ଚଳିତ ବିଶ୍ବକପ୍‌ର ସେମିଫାଇନାଲରେ ପହଞ୍ଚି ପାରିଛି। ଚଳିତ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳିଛି ଏବଂ ସବୁ ମୁକାବିଲାରେ ବିଜୟ ହାସଲ କରିଛି।

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସି ବିରାଟ କୋହଲି-ଶୁବମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀରେ ଶ୍ରୀଲଙ୍କାକୁ ୩୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍‌ ବିନିମୟରେ ୩୫୭ ରନ୍‌ ସଂଗ୍ରହ କରିଥିଲା ଏବଂ ମ୍ୟାଚ୍‌ ବିଜୟ ପାଇଁ ଶ୍ରୀଲଙ୍କାକୁ ୩୫୮ ରନ୍‌ର ଲକ୍ଷ୍ୟ ଦେଇଥିଲା।

- Advertisement -

ଆଜି ଖେଳାଯାଇଥିବା ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୨ଟି ବଲ୍‌ ସାମ୍ନା କରି ୪ରନ୍‌ ସଂଗ୍ରହ ପରେ ପାଭଲିଅନ୍‌କୁ ଫେରିଯାଇଥିଲେ। ଏହାପରେ ବିରାଟ କୋହଲି ଏବଂ ଶୁବମନ୍‌ ଗିଲ୍‌ ସତର୍କତା ସହିତ ବ୍ୟାଟିଂ କରି ଭାରତର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ନେଇଥିଲେ। ବିରାଟ କୋହଲି ୯୪ଟି ବଲ୍‌ ଖେଳି ୧୧ଟି ଚୌକା ସହାୟତାରେ ୮୮ ରନ୍‌ କରିଥିବାବେଳେ ଶୁବମନ୍‌ ଗିଲ ୯୨ଟି ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ।

ସେହିପରି ୫୬ଟି ବଲ୍‌ରୁ ୩ଟି ଚୌକା ଓ ୬ଟି ଛକା ମାରି ଶ୍ରେୟାସ ଆୟର ୮୨ ରନ୍‌ ସ୍କୋର କରିଥିଲେ। ୧୯ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ କେଏଲ୍‌ ରାହୁଲ ଦଳ ପାଇଁ ୨୧ ରନ୍‌ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୨ ରନ୍‌, ଅଲରାଉଣ୍ଡର ରବୀନ୍ଦ୍ର ଦାଜେଦା ୨୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌, ମହମ୍ମଦ ସାମି ୨ରନ୍‌ ଓ ଯଶପ୍ରୀତ ବୁମରା ଅପରାଜିତ ଗୋଟିଏ ରନ୍‌ କରିଥିଲେ।

ଶ୍ରୀଲଙ୍କା ପାଇଁ ଦିଲସାନ ମଧୁଶଙ୍କା ୫ଟି ୱିକେଟ ନେଇଥିବାବେଳେ ଦୁଷ୍ମନ୍ତ ଚାମିରାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା। ଭାରତୀୟ ବ୍ୟାଟର ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସାମି ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ।

୩୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ପଡ଼ିଆକୁ ଓହ୍ଲାଇଥିଲା। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇିବା ଶ୍ରୀଲଙ୍କା ୧୯.୪ ଓଭରରେ ମାତ୍ର ୫୫ ରନ କରିବାରେ ସଫଳ ହୋଇଥିଲା। ଶ୍ରୀଲଙ୍କାର ଏକମାତ୍ର ଖେଳାଳି କାସୁନ ରଜିତା ୧୭ଟି ବଲ୍‌ରେ ୨ଟି ଚୌକା ସହ ସର୍ବାଧିକ ୧୪ ରନ୍‌ କରିଥିଲେ। ଆଞ୍ଜେଲୋ ମାଥ୍ୟୁସ ୨୫ଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ୧୨ ରନ୍‌ ଓ ମହେଶ ତୀକ୍ଷଣା ୨୩ଟି ବଲ୍‌ ସାମ୍ନା କରି ୨ଟି ଚୌକା ସହାୟତାରେ ୧୨ ରନ୍‌ କରିପାରିଥିଲେ।

ଯଶପ୍ରୀତ ବୁମରାଙ୍କ ପ୍ରଥମ ବଲରେ ଶ୍ରୀଲଙ୍କାର ଓପନର ପଥୁମ ନିଶଙ୍କା ଆଉଟ ହୋଇଥିଲେ। ସେହିପରି ଦିମୁଥ କରୁଣାରତ୍ନେ, ସଦୀରା ସମରବିକ୍ରମା ଓ କୁସାଲ ମେଣ୍ଡିଜ୍ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ରହିପାରି ନଥିଲେ। ସମରବିକ୍ରମା ମାତ୍ର ୧ ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟ ତିନି ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନଥିଲେ। ସେହିପରି ସୁଶାନ ହେମନ୍ତ ଓ ଦୁଷ୍ମନ୍ତ ଚାମିରା ମଧ୍ୟ କୌଣସି ରନ୍‌ ନକରି ପାଭିଲିଅନ ଫେରିଯାଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories