ଗୁରୁଡିଝାଟିଆ: ଭୁବନେଶ୍ୱରରେ ଥିବା ନିଜ କୋଠା ଓ ଜମି ବିକ୍ରି କରି ଧୁରୁଷିଆ ମୁଣ୍ଡିଆ ଉପରେ ହନୁମାନ ମନ୍ଦିର ନିର୍ମାଣ କରିଛନ୍ତି। ଏଥିସହିତ ମୁଣ୍ଡିଆଟିକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରଜାତିର ବୃକ୍ଷ ଲଗାଇ ଗ୍ରାମବାସୀଙ୍କ ସହଯୋଗରେ ସବୁଜ ବନାନୀ ସୃଷ୍ଟି କରିଛନ୍ତି। ଏଥିପାଇଁ କଟକ ବାଲିଯାତ୍ରା ପଡିଆ ଠାରେ କଟକ ଜଗନ୍ନାଥ ସେବାସଂସ୍ଥା ପକ୍ଷରୁ ବାଲିଯାତ୍ରା ପଡିଆ ଠାରେ ସମାଜସେବୀ ବ୍ରଜବନ୍ଧୁ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କଟକ ମେୟର ସୁବାସ ସିଂ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ସାଂସଦ ଅନୁଭବ ମହାନ୍ତି, ଓଲିଉଡ ଅଭିନେତା ଅରିନ୍ଦମ ରାୟ ଓ ସଂଗଠନର କର୍ମକର୍ତ୍ତାମାନେ ସମାଜସେବୀ ବ୍ରଜବନ୍ଦୁ ଲେଙ୍କାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ,ନିର୍ଲିପ୍ତତା, ପରିବେଶ ସୁରକ୍ଷା ପାଇଁ ସବୁଜ ବନାନୀ ସୃଷ୍ଟି କରିବା ସହିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିକଟରେ ମଥାନତ କରିବା ସହିତ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।



