www.samajalive.in
Monday, December 15, 2025
17.1 C
Bhubaneswar

ବିଶ୍ବକପ୍‌: ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇ ଅଷ୍ଟ୍ରେଲିଆର ନାଟକୀୟ ବିଜୟ

ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୫ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ତେବେ ଶେଷ ବଲ ପର୍ଯ୍ୟନ୍ତ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦର୍ଶକଙ୍କ ହୃଦୟ ଜିତିଛି। ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ମ୍ୟାଚ ପ୍ରଦ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର, ତାଙ୍କର ଶତକ ଦଳକୁ ବିଜୟୀ କରାଇବାରେ ବିଫଳ ହୋଇଥିଲା। ତେବେ ଆଜି ମାତ୍ର ୬୭ ବଲରେ ୧୦୯ ସ୍କୋର କରିଥିବା ଅଷ୍ଟ୍ରେଲିଆରେ ଟ୍ରାଭିସ ହେଡଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

ଶକ୍ତିଶାଳୀ ଅଷ୍ଟ୍ରେଲିଆର ୩୮୯ ରନର ଟାର୍ଗେଟକୁ ପୂରଣ କରିବାକୁ ଯାଇ ନିର୍ଦ୍ଧାରିତ ୫୦ ଓଭରରେ ୩୮୩ ରନ ସ୍କୋର ସହ ଅଲଆଉଟ ହୋଇଯାଇଥିଲା ନ୍ୟୁଜିଲାଣ୍ଡ। ନ୍ୟଜିଲାଣ୍ଡର ରଚିନ ରବୀନ୍ଦ୍ରଙ୍କ ୮୯ଟି ବଲରେ ୫ଟି ଛକା ଓ ୯ଟି ଚୌକା ବଳରେ ୧୧୬ ରନ କରିଥିଲେ। ଡାରିଲ ମିଚେଲ ୫୪ ରନର ଅବଦାନ ଦେଇଥିଲେ । ୫୧ଟି ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୫୪ କରିଥିଲେ । ଲରାଉଣ୍ଡର ଜେମସେ ନିଶମ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ଅଷ୍ଟ୍ରେଲିଆର ଆଦାମ ଜମ୍ପାଙ୍କୁ ୩ଟି ୱିକେଟ ମିଳିଥିବାବେଳେ ଜୋସ ହେଜେଲଉଡ ଓ ପ୍ୟାଟ୍ କମିନସକୁ ୨ଟି ଲେଖାଏଁ ୱିକେଟ ମିଳିଛି। ସେହିପରି ଗ୍ଲେନ ମାକ୍ସୱେଲ ଗୋଟିଏ ୱିକେଟ ନେଇଥିଲେ।

- Advertisement -

ଆଜି ନ୍ୟୁଜିଲାଣ୍ଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସି ନ୍ୟୁଜିଲାଣ୍ଡ ବୋଲରମାନଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ନିର୍ମମ ପ୍ରହାର କରି ୩୮୮ ରନର ବିଶାଳ ସ୍କୋର ଠିଆ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ ହେଡ୍ ୧୦୯, ଡେଭିଡ୍ ୱାର୍ଣ୍ଣର ୮୧ , ଗ୍ଲେନ ମାକ୍ସୱେଲ ୪୧, ଜୋସ ଇଙ୍ଗଲିସ୍ ୩୮ ଓ ପ୍ୟାଟ କମିନ୍ସ ୩୭ ରନ ସ୍କୋର କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories