www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଧମାଳକୁ ରେଳ ସଂଯୋଗ ପାଇଁ ହେବ ସର୍ବ ଦଳୀୟ ବୈଠକ

ଫୁଲବାଣୀ:କନ୍ଧମାଳ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନାନୀ କଳା ସଙ୍ଗମ ଠାରେକ୍ରିୟାନୁଷ୍ଠାନ କମିଟି ସଭାପତି କମଳାପାଣ୍ଡେଙ୍କ ସଭପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୫ତାରିଖରେ କନ୍ଧମାଳକୁ ରେଳ ସଂଯୋଗ ପାଇଁ ଏକ ସର୍ବ ଦଳୀୟ ବୈଠକ ଡକାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଛି। ଜିଲାର ବିଭିନ୍ନ ସାମାଜିକ, ଧାର୍ମିକ ଓ ରାଜନୈତିକ ସଂଗଠନ ଯୋଗଦେବାକୁ ଅନୁରୋଧ କରାଯାଇଛି।

ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ଏବଂ ଲାଞ୍ଜିଗଡ ଅନଗୁଳ ଭାୟା ବାଲିଗୁଡା ରେଳପଥ ସ୍ଥିତି ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଏହି ବୈଠକରେ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମିଳିତ ନାଗରିକ କମିଟି ରସଭାପତି ଅରୁପ ଜେନା ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ, ଅଶୋକ ବେହେରା, ପ୍ରେସକ୍ଳବ ସଭାପତି ସୁନୀଲ ପଟ୍ଟନାୟକ, ସନ୍ତୋଷ କୁମାର ଦିଗାଲ, ପ୍ରଶାନ୍ତ ବେହେରା, ନବୀନ କିଶୋର ପଣ୍ଡା, ଅବନି କହଁର, ପ୍ରଣବ ମଣ୍ଡଳ, ବଂଶୀଧର ପଣ୍ଡା, ଅମୀୟ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories