www.samajalive.in
Monday, December 15, 2025
14.1 C
Bhubaneswar

ଦିଲ୍ଲୀ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦିଲ୍ଲୀକୁ ଏବେ ବିଶ୍ୱସ୍ତରୀୟ ସହରାଞ୍ଚଳ ଭିତ୍ତିଭୂମି ମିଳିବ। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏନଡିଏର ଅର୍ଥ ସୁଶାସନ ଏବଂ ବିକାଶ। ଏକବିଂଶ ଶତାବ୍ଦୀରେ ଜନ୍ମିତ ଯୁବପିଢ଼ି ଏବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ବିଜେପିର ସୁଶାସନ ଦେଖିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ବିଜେପିର ଡବଲ ଇଞ୍ଜିନ ସରକାର ଉପରେ ଦେଶର ବିଶ୍ୱାସକୁ ସୂଚାଉଛି। ଦିଲ୍ଲୀର ପ୍ରକୃତ ମାଲିକ ହେଉଛନ୍ତି ଦିଲ୍ଲୀର ଲୋକ ବୋଲି ଦିଲ୍ଲୀବାସୀ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ କେବଳ ଏକ ସହର ନୁହେଁ ବରଂ ଏକ ମିନି ଭାରତ ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଧାରଣା ବହନ କରେ। ସମାଜର ପ୍ରତ୍ୟେକ ବର୍ଗ ବିଜେପିକୁ ବହୁ ସଂଖ୍ୟାରେ ଭୋଟ୍ ଦେଇଥିବାରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ନାରୀ ଶକ୍ତିକୁ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ ହେବ ବୋଲି ସେ ପ୍ରତିଶ୍ରୁତି ଦେବା ସହ ମହିଳା ଭୋଟରମାନେ ବିଜେପିର ଢାଲ ପାଲଟିଛନ୍ତି ବୋଲି କହିଥିଲେ।

- Advertisement -

ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି ବିରୋଧୀ ଦଳ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ ହୋଇଛି। ଜାତୀୟ ରାଜଧାନୀକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ଦଳ ଉପରେ ଭରସା ଲଗାଇଥିବାରୁ ମୋଦି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସଭାକୁ ସମ୍ବୋଧିତ କରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନର ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀବାସୀଙ୍କ ହୃଦୟରେ ବାସ କରନ୍ତି। ମୋଦୀ ଦେଶର ରାଜନୀତିକୁ ବଦଳାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଆପ୍ ଭଳି ଦୁର୍ନୀତିଗ୍ରସ୍ତ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଶ୍ରୀ ନଡ୍ଡା ଦାବି କରିଛନ୍ତି। ବିପୁଳ ଜନାଦେଶ ପାଇଁ ସେ ଜାତୀୟ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳୀୟ କର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories