‘ଓଡିଶାରେ ପ୍ରଦୂଷଣ’ ଶୀର୍ଷକ ଆଲୋଚନା ଚକ୍ରରେ ଆଠଗଡ ପ୍ରସଙ୍ଗ

ଆଠଗଡ :  ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଶନିବାର ଆୟୋଜିତ ‘ଓଡିଶାରେ ପ୍ରଦୂଷଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ’ ଶୀର୍ଷକ ଆଲୋଚନା ଚକ୍ରରେ ଆଠଗଡ ଅଞ୍ଚଳରେ ପ୍ରତିଷ୍ଠିତ କଳକାରଖାନା ଦ୍ୱାରା ହେଉଥିବା ପ୍ରଦୂଷଣ ପ୍ରସଙ୍ଗ ଉଠାଯାଇଥିବା ଜଣାପଡିଛି । ବିଶିଷ୍ଟ ପରିବେଶବିତ୍‍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଆଇନଜୀବୀ ରିତ୍ୱିକ୍‍ ଦତ୍ତ ଏବଂ ଦିଲ୍ଲୀ ଓ କଲକତାରୁ ଆସିଥିବା ବହୁ ପରିବେଶବିତ୍‍ ଯୋଗଦେଇ କଳକାରଖାନା ଓ ଖଣି ଖନନ ଦ୍ୱାରା ହେଉଥିବା ବ୍ୟାପକ ପ୍ରଦୂଷଣ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ସେମାନଙ୍କ ଅଞ୍ଚଳରେ ଶିଳ୍ପସଂସ୍ଥା ଓ ଖଣି ଖନନ ଦ୍ୱାରା କିପରି ପରିବେଶ ପ୍ରଦୂଷିତ ହେବା ସହ ଜନଜୀବନ ପ୍ରଭାବିତ ହେଉଛି ସେ ସଂପର୍କରେ ଅବତାରଣା କରିଥିଲେ। ଏଥିରେ ଯୋଗଦେଇଥିବା ଆଠଗଡ ଅଞ୍ଚଳର ସୁନିଲ ସୁତାର ଓ ଅମର ରାଉତ ଆଠଗଡ ଅଞ୍ଚଳରେ ଗଢିଉଠିଥିବା କଳକାରଖାନାଗୁଡିକ ସ୍ଥାନୀୟ ଅଞ୍ଚଳରେ ଜଳ, ଜଙ୍ଗଲ, ବାୟୁ ଓ କୃଷିକ୍ଷେତ୍ରରେ ବ୍ୟାପକ ପ୍ରଦୂଷଣ ହେଉଥିବା ପ୍ରସଙ୍ଗ ଉଠାଇଥିଲେ ।

prayash

ଆଠଗଡ ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପସଂସ୍ଥାଗୁଡିକ ମଧ୍ୟରେ ଆରତୀ ଷ୍ଟିଲ, ଜେ. କେ ଲକ୍ଷ୍ମୀ ସିମେଣ୍ଟ, ଶ୍ରୀ ସିମେଣ୍ଟ, ଭୁବନେଶ୍ୱର ପାୱାରପ୍ଲାଣ୍ଟ, ଟି ଏସ ଆଲଏଜ୍‍ ସମେତ ଅନ୍ୟ କାରଖାନା ଗୁଡିକ ଦ୍ୱାରା କିପରି ପରିବେଶ ପ୍ରଦୂଷିତ ହୋଇଛି ସେ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯୋଗଦେଇଥିବା ପରିବେଶବିତ୍‍ମାନେ ଆଠଗଡ ଯାଇ ସରଜମିନ ଅନୁଧ୍ୟାନ କରିବା ପରେ ଘଟଣା ସତ୍ୟ ହୋଇଥିଲେ ଜାତୀୟ ଗ୍ରୀନ ଟିବ୍ୟୁନାଲରେ ମୋକଦ୍ଦମା କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ।  ଆଠଗଡର ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ମଧ୍ୟ ଯୋଗଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

kalyan agarbati

Comments are closed.