www.samajalive.in
Saturday, December 13, 2025
14.1 C
Bhubaneswar

ଘର ଅପେକ୍ଷା କାର୍ଯ୍ୟାଳୟରେ ମହିଳାମାନେ ଅଧିକ ଖୁସି ରହିଥାଆନ୍ତି

ଅଧିକ ଲୋକେ ନିଜର ଚିନ୍ତାଗ୍ରସ୍ତ ଜୀବନ ପାଇଁ ନିଜର କାର୍ଯ୍ୟାଳୟକୁ ଦାୟୀ କରିଥାଆନ୍ତି। ଏହି କାରଣରୁ ଅଧିକ ଲୋକେ କାର୍ଯ୍ୟ ଶୀଘ୍ର ସାରି କାର୍ଯ୍ୟାଳୟରୁ ଘରକୁ ଯିବା ପାଇଁ ଅତ୍ୟନ୍ତ ଇଚ୍ଛୁକ ରହି ଥାଆନ୍ତି।

ଏକ ଗବେଷଣାରୁ ଜଣାପଡିଛି ଯେ, ମହିଳାମାନେ ଘର ଅପେକ୍ଷା କାର୍ଯ୍ୟାଳୟରେ କମ ଚିନ୍ତାଗ୍ରସ୍ତ ରହି ଥାଆନ୍ତି। ଗବେଷକମା​‌ନେ ଗୋଟିଏ ସପ୍ତାହରେ ୧୨୨ଜଣ ବ୍ୟକ୍ତିଙ୍କ କୋର୍ଟିସୋଲ ହର୍ମୋନ ଯାଞ୍ଚ କରିଥିଲେ। ଏହାସହ ଦିନରେ ଅଲଗା ଅଲଗା ସମୟ​‌ରେ ସେମାନଙ୍କ ମାନସିକ ସ୍ତର ପଚାରି ବୁଝାଥିଲେ। ସର୍ବଶେଷରେ ମହିଳାମାନେ ନିଜ ଘର ଅପେକ୍ଷା କାର୍ଯ୍ୟାଳୟରେ କମ ଚିନ୍ତାଗ୍ରସ୍ତ ରହି ଥାଆନ୍ତି ବୋଲି ଜାଣିଥିଲେ।  

- Advertisement -

ଗବେଷକମାନେ କହିଥିଲେ ଯେ, ସାଧାରଣତଃ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଫିସରେ ଅଧିକ ଖୁସି ରହି ଥାଆନ୍ତି। ଗବେଷଣା ସମୟରେ ବିଭିନ୍ନ ଦେଶର ଲୋକମାନଙ୍କୁ ଗବେଷକମାନେ ସାମିଲ କରିଥିଲେ।

ଜଣାପଡିଛି ଯେ, ମହିଳାମାନଙ୍କୁ ଯେଉଁ ସ୍ଥାନରେ କାର୍ଯ୍ୟ କରିବାକୁ ଭଲ ଲାଗି ନଥାଏ ସେଠାରେ କାର୍ଯ୍ୟ କରି ନଥାଆନ୍ତି। ଯେଉଁଠାରେ ମହିଳାମାନଙ୍କୁ ଆତ୍ମସନ୍ତୋଷ ମିଳିଥାଏ ସେମାନେ ସେଠାରେ କାର୍ଯ୍ୟ କରିବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏପରି ହୋଇ ନଥାଏ। ସେମାନେ ନିଜ କାମରେ ସନ୍ତୁଷ୍ଟ ନ ହେଲେ ମଧ୍ୟ ସେଠାରେ କାର୍ଯ୍ୟ କରି ଥାଆନ୍ତି। ଏହି କାରଣରୁ ପୁରୁଷମାନେ କାର୍ଯ୍ୟାଳୟରେ ଖୁସି ରହିପାରନ୍ତି ନାହିଁ।

ଯେଉଁ ମହିଳାମାନଙ୍କର ସନ୍ତାନ ଥାଆନ୍ତି ଓ ସେମାନେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ ମଧ୍ୟ ଅନ୍ୟ ମହିଳାଙ୍କ ଅପେକ୍ଷା କମ ଚିନ୍ତାଗ୍ରସ୍ତ ରହି ଥାଆନ୍ତି। ଏବଂ ସେମାନଙ୍କ ଠାରେ ଚିନ୍ତାଗ୍ରସ୍ତ ହେବାର ସମ୍ଭାବନ କମ ରହିଥାଏ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories