www.samajalive.in
Saturday, December 13, 2025
14.1 C
Bhubaneswar

କେଶ ଓ ନଖ ସହ ଜଡ଼ିତ କିଛି ଅଜଣା କଥା

ସାଧାରଣତଃ ଆମ ଶରୀରର ସୌନ୍ଦର୍ୟ୍ୟ ବୃଦ୍ଧିକାରୀ ଦୁଇଟି ମୁଖ୍ୟ ଅଂଶ ହେଉଛି କେଶ ଓ ନଖ। ଯାହାକି ସାରା ଜୀବନ ବୃଦ୍ଧି ପାଇଥାଏ। ହେଲେ କେଶ ଓ ନଖ ସହ ଜଡ଼ିତ ଏଭଳି କିଛି କଥା ରହିଛି, ଯାହା ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ –
ମଣିଷ ଶରୀରରେ ଥିବା ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରୁ ମୁହଁର କେଶ ବା ଦାଢ଼ି ସବୁଠୁ ଦ୍ରୁତ ଗତିରେ ବଢ଼ିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଯଦି ଜଣେ ପୁରୁଷ ଆଦୌ ଦାଢି ନ କାଟନ୍ତି, ତେବେ ତାଙ୍କ ଜୀବନ କାଳ ମଧ୍ୟରେ ଏହା ୩୦ ଫୁଟ୍ରୁ ଊର୍ଦ୍ଧ୍ୱ ଲମ୍ବା ପର୍ୟ୍ୟନ୍ତ ବଢ଼ିପାରେ।
କୌଣସି ରୋଗ, ଋତୁ ପରିବର୍ତ୍ତନ, ଖାଦ୍ୟାଭ୍ୟାସ, ଗର୍ଭାବସ୍ଥା ଭଳି କେତେକ ବିଶେଷ କାରଣକୁ ବାଦ୍ ଦେଲେ ପ୍ରାୟ ପ୍ରତି ମଣିଷଙ୍କର ଦୈନିକ ୬୦ ରୁ ୧୦୦ଟି କେଶ ଝଡିଥାଏ। ମଣିଷ ମୁଣ୍ଡରେ ଥିବା ପ୍ରତ୍ୟେକଟି କେଶକୂପରୁ ଜୀବନକାଳ ମଧ୍ୟରେ ୨୦ଟି ନୂତନ କେଶ ସୃଷ୍ଟି ହୋଇଥାଏ। ଯଦିଓ ସମସ୍ତଙ୍କ ମୁଣ୍ଡରେ ହାରାହାରି ୧,୦୦,୦୦୦ଟି କେଶକୂପ ଥାଏ, ହେଲେ କେଶର ରଙ୍ଗ ଅନୁସାରେ ଏହାର ସଂଖ୍ୟା ଭିନ୍ନଭିନ୍ନ। ଅର୍ଥାତ୍ ଧଳା ବା ସମ୍ପୂର୍ଣ୍ଣ କହରା କେଶ ଥିବା ମଣିଷଙ୍କ ମୁଣ୍ଡରେ ସର୍ବାଧିକ ଅର୍ଥାତ୍ ୧,୪୬,୦୦୦ଟି କେଶକୂପ ଥିବା ବେଳେ କଳା କେଶରେ ୧୧୦,୦୦୦, ବ୍ରାଉନ୍ କେଶରେ ୧୦୦,୦୦୦ ଏବଂ ଲାଲ୍ ରଙ୍ଗ କେଶରେ ୮୬,୦୦୦ କେଶକୂପ ରହିଥାଏ। ଯଦି କୌଣସି କାରଣରୁ କେଶ ନଝଡ଼େ, ତେବେ ମଣିଷ କେଶର ହାରାହାରି ବୟସ ସୀମା ୩-୭ ବର୍ଷ।
ସେହିପରି ନଖ ବିଷୟରେ କହିବାକୁ ଗଲେ, ମଣିଷର ଗୋଡ଼ ତୁଳନାରେ ହାତର ନଖ ୪ ଗୁଣ ଶୀଘ୍ର ବଢ଼ିଥାଏ। ତେବେ ସବୁ ନଖ ମଧ୍ୟରେ ହାତର ମଧ୍ୟମ ଆଙ୍ଗୁଠିର ନଖ ସବୁଠାରୁ ଶୀଘ୍ର ବଢ଼ିଥାଏ। କେବଳ ଗର୍ଭାବସ୍ଥା ବ୍ୟତୀତ ଅନ୍ୟ ସମୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ନଖ ଶୀଘ୍ର ବଢିଥାଏ। ତେବେ ଶୀତଦିନ ତୁଳନାରେ ଖରାଦିନେ ନଖ ଅଧିକ ବଢ଼ିଥାଏ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories