www.samajalive.in
Tuesday, December 9, 2025
16.1 C
Bhubaneswar

ୱାର୍କ ଫ୍ରମ୍ ହୋମ୍ କରୁଥିଲେ ସତର୍କ ରହନ୍ତୁ

ସଫ୍ଟୱେୟାର କମ୍ପାନୀ ସହ ଅନ୍ୟ କେତେକ କମ୍ପାନୀ ବର୍ତ୍ତମାନ ପରିସ୍ଥିତିରେ ୱାର୍କ ଫ୍ରମ୍ ହୋମ୍ ଜରିଆରେ କାମ କରିବାକୁ ଗୁରୁତ୍ବ ଦେଉଛନ୍ତି। ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଏହି ପ୍ରକ୍ରିୟାରେ କାମ କରୁଥିବା ୪୫% ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।
– ୱାର୍କ ଫ୍ରମ୍ ହୋମ୍‌ରେ ୨୩% ମହିଳା ଚାପରେ ରହୁଛନ୍ତି। ଘର କାମ ଓ ଅଫିସ୍‌ କାମକୁ ଯଥା ସମୟରେ ସମ୍ପାଦନ କରିବା ହିଁ ସେମାନଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହୋଇଥିବାର ଅଧିକାଂଶଙ୍କ ମତ।
– ଘରେ କାମ କରୁଥିବା କାରଣରୁ ଲୋକେ ଅନବରତ ଖାଇବାରେ ହେଳା କରୁନାହାନ୍ତି। କାମ ଚାଲୁଥିବା ସମୟରେ ପାଖରେ ମୃଦୁପାନୀୟ, ବର୍ଗର, ଚିପ୍ସ ଇତ୍ୟାଦି ରଖି ଖାଉଥିବାରୁ ସେମାନଙ୍କ ଓଜନ ବଢ଼ିବାରେ ଲାଗିଛି। କାର୍ଯ୍ୟାଳୟରେ ଥିବା ସମୟରେ ଏସବୁ ନିୟମରେ କଟକଣା ରହୁଥିଲା।
– ଏକାକୀ ଘରେ କାମ କରୁଥିବାରୁ ସେମାନେ ମାନସିକ ଅବସାଦଗ୍ରସ୍ତ ହେଉଥିବାର କହିଛନ୍ତି। କର୍ମଚାରୀଙ୍କ ସହ ଥଟ୍ଟା, ମଜା କରିବାର ସେ ମାହୋଲ୍ ଘରେ ମିଳୁନଥିବାର ମତ ମିଳିଛି।
– ୱାର୍କ ଫ୍ରମ୍ ହୋମ୍‌ରେ ୩୩% ଲୋକ ଅନିଦ୍ରାରେ ମଧ୍ୟ ଆକ୍ରାନ୍ତ ହେଉଥିବାର ପ୍ରକାଶ। ଅଧିକାଂଶ ସମୟ ଲ୍ୟାପଟପ୍ ସ୍କ୍ରିନ୍‌‌ରେ କାମ କରୁଥିବାରୁ ତାହାର ପ୍ରଭାବ ଶରୀର ଉପରେ ପଡ଼ୁଛି। ନିଦ୍ରାହୀନତା କାରଣରୁ କାମ ମଧ୍ୟ ଠିକ୍‌ରେ ଲୋକେ କରିପାରୁନାହାନ୍ତି।
– ଘରେ ରହି କାମ କଲେ ଲୋକେ ଚେୟାର, ଟେବୁଲ୍ ପରିବର୍ତ୍ତେ ଖଟ ଉପରେ ଶୋଇ, ବସି ଆରାମରେ କାମ କରିବାକୁ ପସନ୍ଦ କରୁଛନ୍ତି। ଏହି କାରଣରୁ ସେମାନଙ୍କ ପିଠି ଓ ଅଣ୍ଟା ବଥା ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories