www.samajalive.in
Saturday, December 6, 2025
16.1 C
Bhubaneswar

ଶୀତଦିନେ ବ୍ୟବହାର କରୁଥିବା ପୋଷାକର ଯତ୍ନ

ଶୀତଦିନେ ବ୍ୟବହାର କରାଯାଉଥିବା ଶୀତବସ୍ତ୍ରକୁ ଅତ୍ୟନ୍ତ ଯତ୍ନର ସହ ରଖାଯାଇଥାଏ। ସେହି ପୋଷାକକୁ ଠିକ ଭାବେ ନ ରଖିବା ଦ୍ବାରା ତାହା ନଷ୍ଟ ହୋଇଯାଏ। କିଛି ସହଜ ଉପାୟ ଅଛି ଯାହାଦ୍ବାରା ଶୀତବସ୍ତ୍ରକୁ ଠିକ ଭାବେ ରଖିପାରିବା।

ଉଲ୍‌ର ପୋଷାକକୁ ଶୀତଦିନରେ ବ୍ୟବହାର କରିବା ପରେ ଭଲ ଭାବେ ସଫା କରନ୍ତୁ। ଉଲ୍‌ର ପୋଷାକକୁ ଠିକ ଭାବେ ଖରାରେ ଶୁଖାନ୍ତୁ। ଖରାରେ ଭଲ ଭାବେ ଶୁଖିବା ପରେ ଆଲମାରୀରେ ରଖନ୍ତୁ। ପୋଷାକକୁ ରଖିବା ପୂର୍ବରୁ ଆଲମିରାକୁ ଭଲ ଭାବେ ସଫା କରନ୍ତୁ।ଆପଣ ରହୁଥିବା ପରିବେଶରେ ବାରମ୍ବାର ଜଳବାୟୁରେ ପରିବର୍ତ୍ତନ ହେଉଥିଲେ ଉଲ୍‌ ପୋଷାକକୁ ସାବଧାନତାର ସହ ରଖନ୍ତୁ। ପୋଷାକକୁ  ଜୀବାଣୁ, କୀଟାଣୁ ଓ ଅନ୍ୟ ପୋକଙ୍କ ଦାଉରୁ ସୁରକ୍ଷିତ ରଖନ୍ତୁ। ପୋଷାକକୁ ଭଲ ଭାବେ ସଫା କରି ଖରାରେ ଠିକ ରୂପେ ଶୁଖାନ୍ତୁ। ଉଲ୍‌ର ପୋଷାକକୁ ପ୍ଲାଷ୍ଟିକ ବ୍ୟାଗ୍ କିମ୍ବା ବାୟୁ ପ୍ରବେଶ କରୁଥିବା ବ୍ୟାଗ୍‌ରେ ରଖନ୍ତୁ ନାହିଁ। ଏହାକୁ ବାୟୁ ପ୍ରବେଶ କରି ପାରୁନଥିବା ବ୍ୟାଗ୍‌ରେ ଭଲ ଭାବେ ପ୍ୟାକିଙ୍ଗ୍ କରି ରଖନ୍ତୁ।

- Advertisement -

ଉଲ୍‌ ପୋଷାକକୁ ଯେଉଁଠାରେ ରଖୁଛନ୍ତି ସେଠାରେ ଗନ୍ଧକର୍ପୂର ରଖନ୍ତୁ। ପୋଷାକକୁ ଭଲ ଭାବେ ସଫା କରିବା ପରେ ସେଥିରେ ଗନ୍ଧକର୍ପୂର ପକାଇ ଭଲ ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ବାରା ଉଲ୍‌ର ପୋଷାକରେ ପୋକ ଲାଗିନଥାଏ।ଉଲ୍‌ର ପୋଷାକ ଯେଉଁ ସ୍ଥାନରେ ରଖୁଛନ୍ତି ବେଳେବେଳେ ସେହି ସ୍ଥାନକୁ ଦେଖନ୍ତୁ। ପୋଷାକ ମଧ୍ୟ ଦେଖନ୍ତୁ। କୌଣସି ପୋଷାକ ଯଦି ଚମଡାଯୁକ୍ତ ହୋଇଥିବ ତେବେ ତାକୁ ଥଣ୍ଡା ବାତାବରଣରେ ରଖନ୍ତୁ। ସେହି ପୋଷାକକୁ ଧଳାର ନରମ କପଡାରେ ଭଲ ଭାବେ ଗୁଡାଇ ରଖନ୍ତୁ।

ଶାଲ୍‌କୁ ଚେନ୍‌ ଲାଗିଥିବା ପଲିଥିନ୍ ବ୍ୟାଗରେ ପ୍ୟାକ କରି ରଖନ୍ତୁ। ଏହାଦ୍ବାରା ପୋଷାକରେ କୌଣସି ପ୍ରକାରର ପିମ୍ପୁଡି ଓ କୀଟ ଲାଗି ନଥାଆନ୍ତି। ପୋଷାକ ମଧ୍ୟ ବାୟୁ ସଂସ୍ପର୍ଶରେ ଆସି ନଥାଏ। ସାଲ୍‌କୁ ବ୍ୟାଗ୍‌ରେ ରଖିବା ପୂର୍ବରୁ ସେଥିରେ ଗନ୍ଧକର୍ପୂର ରଖି ଦିଅନ୍ତୁ। ରେଶମର ଶାଲ୍‌କୁ ଧଳାର କପଡାରେ ଘୋଡାଇ ରଖନ୍ତୁ। ଏହାସହ ଶାଲ୍‌ରେ ନିମ୍ବ ପତ୍ର ରଖିପାରିବେ। ଏହାଦ୍ବାରା ଶାଲ୍‌ କୌଣସି ପ୍ରକାରର ଖରାପ ହୋଇ ନଥାଏ ଓ ଦୁର୍ଗନ୍ଧ ମଧ୍ୟ ବାହାରି ନଥାଏ।କୋଟ କିମ୍ବା ଜ୍ୟାକେଟକୁ ଠିକ ଭାବେ ନ ରଖିବା ଦ୍ବାରା ତାହା ଶୀଘ୍ର ଖରାପ ହୋଇଯାଏ। ଖରାପ ଜଳବାୟୁରେ ଚମଡାର ଜ୍ୟାକେଟ ଶୁଖାଇବା ଦ୍ବାରା ତାହା ନଷ୍ଟ ହୋଇଯାଏ। ତେଣୁ ଚମଡାର ଜ୍ୟାକେଟ ଓ କୋଟକୁ ଘରେ ନ ଧୋଇ ଡ୍ରାଏକ୍ଲିନ୍ କରନ୍ତୁ। ତାପରେ କପଡାର ବ୍ୟାଗ୍‌ରେ ଭଲ ଭାବେ ରଖନ୍ତୁ। ୩ମାସକୁ ଥରେ କୋଟ ଓ ଜ୍ୟାକେଟକୁ ବାହାର କରି ସଫା କରି ରଖନ୍ତୁ। ତାକୁ ଏପରି ରଖନ୍ତୁ ଯେପରି ବାହାରର ବାୟୁ ଜ୍ୟାକେଟ ଓ କୋଟ ସଂସ୍ପର୍ଶରେ ନ ଆସେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories