www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ଅର୍ଥ

ସ୍ୱପ୍ନ ମନର ଏକ ବିଶେଷ ଅବସ୍ଥା ଅଟେ। ଯେଉଁଥିରେ ବାସ୍ତବିକତାର ପୂର୍ବାଭାସ ମିଳିଥାଏ। ସ୍ୱପ୍ନ ଜାଗ୍ରତ ଥିବା ସମୟରେ ଆସେ ନାହିଁ କିମ୍ବା ନିଦ୍ରାରେ ବରଂ ଏହି ଦୁଇଟି ଅବସ୍ଥାର ମଧ୍ୟମ ସମୟରେ ସ୍ୱପ୍ନ ଆସିଥାଏ। ସ୍ୱପ୍ନ ଆସିବା ପଛରେ ଖାଦ୍ୟପେୟ ଓ ରୋଗର ଭୂମିକା ମଧ୍ୟ ରହିଛି। ଗ୍ରହ ଓ ରାଶି କାରଣରୁ ମଧ୍ୟ ସ୍ୱପ୍ନ ଆସିଥାଏ। ମାତ୍ର ସମସ୍ତ ସ୍ୱପ୍ନର ଅର୍ଥ ନଥାଏ, ବହୁ ସ୍ୱପ୍ନ ନିରର୍ଥକ ଅଟେ।
ଧର୍ମଶାସ୍ତ୍ରରେ ସ୍ୱପ୍ନର ଅର୍ଥ
ଭିନ୍ନ ଭିନ୍ନ ଘଟଣାର ମାଧ୍ୟମରୁ ପୁରାଣରେ ସ୍ୱପ୍ନର ଅର୍ଥ ବିଷୟରେ କୁହାଯାଇଛି।
ରାମଚରିତମାନସରେ ସ୍ୱପ୍ନ ବିଷୟରେ ବିଶେଷ ଚର୍ଚ୍ଚା କରାଯାଇଛି।
ଏହା ଛଡ଼ା ଭଗବାନ ମହାବୀର ଏବଂ ଗୌତ୍ତମ ବୁଦ୍ଧଙ୍କ ଜନ୍ମର ସମ୍ବନ୍ଧ ସ୍ୱପ୍ନ ସହ ଜଡ଼ିତ ହୋଇରହିଛି।
ଶାସ୍ତ୍ରରେ ସ୍ୱପ୍ନ ବ୍ୟତୀତ ଏହାର ପ୍ରଭାବ ଠାରୁ ମୁକ୍ତି ପାଇବାର ମାର୍ଗ ମଧ୍ୟ ରହିଛି।
ସ୍ୱପ୍ନ ଆମ ଉପରେ କି ପ୍ରଭାବ ପକାଇଥାଏ
ଅଧିକାଂଶ ସ୍ୱପ୍ନ ମନର ଭାବନା କିମ୍ବା ରୋଗ କାରଣରୁ ସୃଷ୍ଟି ହୋଇଥାଏ।
କିଛି ସ୍ୱପ୍ନ ସୂଚନା ସ୍ୱରୂପ ଆସିଥାଏ। ସେହି ସ୍ୱପ୍ନର ମହତ୍ତ୍ୱ ରହିଛି।
ପ୍ରାତଃକାଳ କିମ୍ବା ହଠାତ ଯେଉଁ ସ୍ୱପ୍ନ ଆସେ ତାହା ଅଧିକାଂଶ ସତ୍ୟ ହୋଇଥାଏ।


ବିଭିନ୍ନ ସ୍ୱପ୍ନର ଭିନ୍ନ ଅର୍ଥ
ଆକାଶ ଅଥବା ପବନ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଜଣାଇଥାଏ ଯେ, ଆପଣଙ୍କ କଥାବାର୍ତ୍ତାର ସନ୍ତୁଳନ ଠିକ ନାହିଁ।
ଜଳ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଜଣାଇଥାଏ ଯେ, ଆପଣଙ୍କ ଶରୀରରେର ଥଣ୍ଡା ଜନିତ ସମସ୍ୟା ରହିଛି।
ନିଆଁ , ସୂର୍ଯ୍ୟ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଜଣାଇଥାଏ ଯେ, ଆପଣଙ୍କ ଶରୀରର ପିତ୍ତ ସନ୍ତୁଳନ ଠିକ ନାହିଁ।
ପଦ୍ମଫୁଲ, ହାତୀ, ମାଙ୍କଡ଼, ହଂସ, ଗାଈ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଶୁଭଫଳ ପ୍ରଦାନ କରିଥାଏ।
ସ୍ୱପ୍ନରେ ସର୍ପ ଦେଖିଲେ ଏହା ଜଣାଇଥାଏ ଯେ , ଆପଣଙ୍କ ଅସାବଧାନତା ଆପଣଙ୍କୁ ସମସ୍ୟାରେ ପକାଇପାରେ।
ସ୍ୱପ୍ନରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହେବା ଦେଖନ୍ତି, ଜାଣନ୍ତୁ ତା ଉପରେ ଥିବା ସଙ୍କଟ ଟଳିଗଲା।
ସ୍ୱପ୍ନରେ ଉତ୍ସବ ପାଳନ ଦେଖିଲେ ଜାଣନ୍ତୁ ଆପଣ ରୋଗଗ୍ରସ୍ତ ହୋଇପାରନ୍ତି।
ଯଦି ସ୍ୱପ୍ନରେ ନିଜେ କିମ୍ବା ଅନ୍ୟ କାହାକୁ ପୂଜାପାଠ କରିବାର ଦେଖନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ବଡ଼ ଧରଣର ଲାଭ ମିଳିବ।
ସ୍ୱପ୍ନରେ ଖାଦ୍ୟପେୟ ଦେଖିଲେ ଜାଣନ୍ତୁ ଆପଣ ସ୍ଥାନ ପରିବର୍ତ୍ତନ କରିପାରନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories