www.samajalive.in
Saturday, December 6, 2025
23.1 C
Bhubaneswar

କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କଲେ ଅଷ୍ଟ୍ରେଲିଆ ହକି ଟିମ୍

କୋଣାର୍କ: ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଵିଶ୍ବ କପ ହକି ଅବସରରେ ଓଡ଼ିଶା ଆସିଥିବା ଅଷ୍ଟ୍ରେଲିଆ ହକି ଦଳର ୨୯ଜଣିଆ ଟିମ ବିଶ୍ୱ ଐତିହ୍ୟ କୋଣାର୍କ ର ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ସୂର୍ୟ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ନିମାପଡ଼ା ଏସଡିପିଓ ନିରଂଜନ ପାଢୀ ଓ କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପରେ ଏହି ପ୍ରତିନିଧି ଦଳ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ସରକାରୀ ସ୍ଵୀକୃତିପ୍ରାପ୍ତ ଗାଇଡ ଆଭାସ ଚରଣ ମହାନ୍ତି ଏହି ୨୯ଜଣିଆ ଅଷ୍ଟ୍ରେଲିଆ ହକି ଟିମ କୁ ସୂର୍ୟ୍ୟ ମନ୍ଦିରର ଐତିହ୍ୟ, ସଂସ୍କୃତି ଓ ଏହାର ଇତିହାସ ଓ ଗାଥା ସମ୍ଵନ୍ଧରେ ଵୁଝାଇଥିଲେ। ପରେ ଏହି ପ୍ରତିନିଧି ଦଳ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିସରରେରେ ଥିବା ହସ୍ତ ଶିଳ୍ପ ବଜାର ବୁଲି ଓଡିଶାର କାରିଗର ମାନଙ୍କ ଦ୍ଵାରା ନିର୍ମିତ ଵିଭିନ୍ନ ହସ୍ତ ଶିଳ୍ପ ସାମଗ୍ରୀର ଭୂୟସୀ ପ୍ରଶଂସା କରିବା ସହ ସାମଗ୍ରୀ କ୍ରୟ କରିଥିଲେ। ଏହି ଅବସରରେ ନିମାପଡ଼ା ଏସଡିପିଓ ନିରଂଜନ ପାଢୀ ଓ କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories