www.samajalive.in
Sunday, December 14, 2025
19.1 C
Bhubaneswar

ଶୁଣିଲାନି ପ୍ରଶାସନ ନିଜ ଗାଁକୁ କାଠପୋଲ ନିର୍ମାଣ କଲେ ବିନ୍ଦୁପଦର ଗ୍ରାମବାସୀ

ଫୁଲବାଣୀ : ଶୁଣିଲାନି ପ୍ରଶାସନ ଶେଷରେ ନିଜ ଗାଁକୁ ନିଜ ଖର୍ଚ୍ଚରେ ଗ୍ରାମବାସୀଙ୍କ ସହାୟତାରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ବିନ୍ଦୁପଦର ଗାଁର  ଯୁବକ ଡବିସା ମଲିକ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଆଡ଼ିମାହା ଗ୍ରାମ ପଞ୍ଚାୟତର ୬ ନମ୍ବର ୱାର୍ଡ଼ ବିନ୍ଦୁପଦର। ଏହି ଗାଁରେ ୧୮ ପରିବାର ବସବାସ କରନ୍ତି।
ଏହି ଗ୍ରାମ ମୁଖ୍ୟ ରାସ୍ତାରେ ବହିଯାଉଛି ଗଟେଡ଼ ମାହା ନାଳ। ଖରା ମାସରେ ଲୋକେ ଯାତାୟତ କରିପାରନ୍ତି । କିନ୍ତୁ ବର୍ଷା ଦିନମାନଙ୍କରେ ପାହାଡ଼ରୁ ପାଣି ନାଳରେ ଅଣ୍ଟାଏରୁ ଅଧିକ ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ। ଫଳରେ ଗ୍ରାମବାସୀ ଦୁର୍ଦଶା ଭୋଗୀ ଥାଆନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ବାଲିଗୁଡ଼ା ମେଡିକାଲ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସ୍ଥାନୀୟ ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିଲା ନାହିଁ। ସବୁ ପ୍ରତିଶ୍ରୁତି ପାଣିର ଗାର ବୋଲି କହିଛନ୍ତି ବିପିନ ମଲିକ। ତେବେ ଅନ୍ୟ ଉପାୟ ନପାଇ ନିରାଶ ହୋଇ ଡବିସା ମଲିକ ଦଶହଜାର ଟଙ୍କା ଖର୍ଚ୍ଚ କରି ଗାଡ଼ି ପଦର, ବିନ୍ଦୁପଦର ଗାଁର ଲୋକଙ୍କ ସହାୟତାରେ ପାଖାପାଖି ତିନି ମାସ ଶ୍ରମ ଦାନ କରି ନାଳ ଉପରେ ୫୦ ଫୁଟ ଲମ୍ବର ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି। ଏହା ସହ ଉକ୍ତ ଗ୍ରାମ ସଂରକ୍ଷିତ ବନାଞ୍ଚଳରେ ରହିଥିବାରୁ ଗ୍ରାମବାସୀଙ୍କୁ ଜମି ପଟା ମିଳିପାରୁନାହିଁ। ଏଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବିନ୍ଦୁପଦର ଗ୍ରାମବାସୀ। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ନିମନ୍ତେ ଗ୍ରାମବାସୀ ବିପିନ ମଲିକ, ମଦନ ସିଂହ ମଲିକ, ନବେ ମଲିକ, ମୁକୁନ୍ଦ ମଲିକ ବିଦ୍ୟାଧର ମଲିକ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories