www.samajalive.in
Sunday, December 14, 2025
19.1 C
Bhubaneswar

ଆଠଗଡରେ ମିଶନ ଶକ୍ତି ସଚେତନତା କର୍ମଶାଳା

ଆଠଗଡ :  ଆଠଗଡ ମିନି ଷ୍ଟାଡିୟମଠାରେ ରବିବାର ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ପାଇଁ ବ୍ୟାଙ୍କ ଋଣ ଓ ସୁଧ ରିଆତି ସଂପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଠଗଡ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିବେଦିତା ରାୟଙ୍କ ପୌରୋହିତ୍ୟର ଅନୁଷ୍ଠିତ ଏହି କର୍ମଶାଳାରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ମିଶନ ଶକ୍ତି ଜରିଆରେ ୭୦ଲକ୍ଷ ମହିଳା ଉପକୃତ ହୋଇପାରିଛନ୍ତି ବୋଲି ମତପ୍ରକାଶ କରିଥିଲେ। ଆଠଗଡ ବ୍ଲକରେ ମୋଟ ୨୩୭୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବାବେଳେ ସମସ୍ତ ଗୋଷ୍ଠୀ କିପରି ସଫଳ ଉଦ୍ଦ୍ୟୋଗୀ ହୋଇପାରିବେ ସେଥିପାଇଁ ସେମାନଙ୍କୁ ବ୍ୟାପକ ସଚେତନ କରିବା ସହ ଆର୍ଥିକ ସହାୟତା ଓ ସ୍ୱଳ୍ପସୁଧରେ ଋଣ ଯୋଗଇ ଦିଆଯାଉଛି ।

- Advertisement -

ରାଜ୍ୟ ସରକାର ସବୁକ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ  କରିଥିଲେ । ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ବିନା ସୁଧରେ ୫ଲକ୍ଷ ଟଙ୍କା ଋଣ ଦେଉଛନ୍ତି ଏବଂ ଏହି ଋଣ ଯଦି ଠିକ୍‌‌ ଭାବରେ ବିନିଯୋଗ କରାଯାଇ ପାରିବ ତେବେ ଗୋଷ୍ଠୀ ଗୁଡିକର ମହିଳା ସଦସ୍ୟମାନେ ସ୍ୱାବଲମ୍ବୀ ହୋଇପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରିଆତିରେ କୁକୁଡା ଚାଷ, ମାଛ ଚାଷ, ଗୋପାଳନ, ଛତୁ ଚାଷ, ଫୁଲ ଚାଷ, ମହୁ ଚାଷ, ନର୍ସରୀ, ମସଲା, ବଡି, ପାମ୍ପଡ ଓ ଆଚାର ସହିତ ଫିନାଇଲ ଆଦି ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ଓ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ସେହିପରି ଜୀବିକା ମିଶନ ଗଠନ ହେବା ପରେ ପ୍ରତି ପଞ୍ଚାୟତରେ ଆଞ୍ଚଳିକ ମଞ୍ଚ, ବ୍ଲକସ୍ତରରେ ମହାସଂଘ ଗଠନ କରାଯାଇ ସିଆରପି, ଏମବିକେ, କୃଷିମିତ୍ର, ବ୍ୟାଙ୍କମିତ୍ର ନିଯୁକ୍ତ କରାଯାଇ ପଞ୍ଚାୟତ ଗୁଡିକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ମହିଳା ଏସଏଚଜି ଗୁଡିକ ଆଞ୍ଚଳିକ ମଞ୍ଚରୁ ଋଣ ନେଇ ତାକୁ ସଠିକ୍‌‌ ବିନିଯୋଗ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଆଠଗଡର ଏସଏଚଜି ଗୁଡିକୁ ଦିଆଯାଇଥିବା ଆର୍ଥିକ ଅନୁଦାନ ଓ ଋଣ ସଂପର୍କରେ ମନ୍ତ୍ରୀ ବିସ୍ତୃତ ଭାବେ ଅବତାରଣା କରିଥିଲେ । ଏହି ଅବସରରେ ଯୋଗଦେଇଥିବା ୫ଟି ବ୍ୟାଙ୍କ ପକ୍ଷରୁ ୩୫ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୮୦.୫୦ ଲକ୍ଷ ଟଙ୍କା ଋଣ ଓ ୩ଟି ଟ୍ରାକ୍ଟର ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସେହିପରି ୯ଟି ମିଶନଶକ୍ତି ଗୃହ ନୋଡାଲ ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲାପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ବଳିଆରସିଂହ, ବ୍ଲକ ଜୀବିକା ମିଶନ ସଂଯୋଜକ ପରେଶ ପୃଷ୍ଟି, ସଂଯୁକ୍ତା ମହାନ୍ତି, ବିନୋଦ କୁମାର ପଣ୍ଡା, ମୁକେଶ ବେହେରାଙ୍କ ସମେତ ୩୪ଟି ପଞ୍ଚାୟତର ଦକ୍ଷ ନଥିପତ୍ର ଲେଖିକା ଓ ୧ହଜାରରୁ ଉର୍ଦ୍ଧ ଏସଏଚଜି ସଦସ୍ୟ ଯୋଗଦାନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories