www.samajalive.in
Monday, December 15, 2025
26.1 C
Bhubaneswar

ରଣେନ୍ଦ୍ରସେନାର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି

ଗୁରୁଡିଝାଟିଆ :  ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ସରକାରଙ୍କ ଶାସନର ସଫଳତା ପହଞ୍ଚାଇବା ସହିତ ଦଳୀୟ ସଂଗଠନକୁ ମଜବୁତ କରି ଅନ୍ୟଦଳର ସଦସ୍ୟଙ୍କୁ ଦଳରେ ମିଶାଇବା ନିମନ୍ତେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଠାରେ ରଣେନ୍ଦ୍ରସେନାର ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଦଳର ବରିଷ୍ଠ କର୍ମୀ ବିଜୟ କୁମାର ରାଉତ ଅଧ୍ୟକ୍ଷତା କରି ସମସ୍ତଙ୍କୁ ଶୃଙ୍ଖଳାର ସହିତ କାର୍ଯ୍ୟକରିବା, ନିର୍ବାଚନରେ ଦଳକୁ ଅଧିକ ସଫଳତା ଦେବା ନିମେନ୍ତ ଶପଥପାଠ କରାଇଥିଲେ । ଏଥିରେ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ବିଜେଡି ସଂପାଦକ ନରେନ୍ଦ୍ର କୁମାର ସାହୁ ଯୋଗଦେଇ ଦଳୀୟ କର୍ମୀମାନଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ମିଳିମିଶି କାମ କରିବା ନିମନ୍ତେ କହିଥିଲେ । ବରିଷ୍ଠ କର୍ମୀ ବେଣୁଧର ମହାନ୍ତି, ମହାଦେବ ମୁଦୁଲି, ସନ୍ତୋଷ ରାଉତ, ଶରତ କୁମାର ସାହୁ, ସନ୍ତୋଷ ବେଉରା, ବାନାମ୍ବର ସେଠୀ, ଅଜୟ ଖୁଣ୍ଟିଆ, ଶ୍ରୀକାନ୍ତ ଖଟୁଆ, ଯୁବନେତା ପଦାରବିନ୍ଦ ସାହୁ, ପ୍ରଫୁଲ ସାହୁ, ଜିତେଶ ଚୌଧୁରୀ ଓ ବିଜୟ ପରିଡା ପ୍ରମୁଖ ଦଳୀୟ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories