ଭୁବନେଶ୍ବର: ମହିଳା ମାନଙ୍କର ବିକାଶ ପାଇଁ ସାମାଜିକ ଓ ଅର୍ଥ ନୈତିକ ଜନମଙ୍ଗଳ (ଡବ୍ଲ୍ୟୁସିଏସଡବ୍ଲ୍ୟୁ) ହେଉଛି ଏକ ଲାଭଶୂନ୍ୟ ସଂଗଠନ। ବର୍ତ୍ତମାନ ଏହି ସଂଗଠନ ପକ୍ଷରୁ ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ମଶାରୀ ଏବଂ ଡଷ୍ଟବିନ ଯୋଗାଇ ଦିଆଯାଉଛି। ଏହାସହିତ କରୋନା ମହାମାରୀ ଏବଂ ଡେଙ୍ଗୁ ସଂକ୍ରମଣ ରୋକିବା ନିମନ୍ତେ ଏହା ଅଭିନବ ପ୍ରୟାସ ଆରମ୍ଭ କରିଛି। ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପରିବେଶ ସ୍ୱଛତା କିଭଳି ରହିବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। (ଡବ୍ଲ୍ୟୁସିଏସଡବ୍ଲ୍ୟୁସମ୍ପାଦିକା ନିବେଦିତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଜନହିତକର କାର୍ଯ୍ୟ ଜାରି ରହିଛି, ଯାହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଛି। ଏହି କାର୍ଯ୍ୟକ୍ରମରେତପସ୍ୱିନୀ ମହାନ୍ତି ସମାଜର ମଙ୍ଗଳ କାମନା ପାଇଁ ଅନ୍ୟ ଜଶ ସଦସ୍ୟ ଭାବରେ ଯୋଗଦେଇଛନ୍ତି। ସେହିପରି ଭିଏସଏସ ନଗର ମୁଖ୍ୟ ଭାବେ ବବିତା ମହାନ୍ତି କାର୍ଯ୍ୟ କରୁଛନ୍ତି।
ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଏମସି ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ। ଫଳରେ ମହିଳା ମାନଙ୍କର ବିକାଶ ପାଇଁ ସାମାଜିକ ଓ ଅର୍ଥ ନୈତିକ ଜନମଙ୍ଗଳ ସଂଗଠନ କର୍ମକତ୍ତାଙ୍କ ସହିତ ବିଏମ୍ସି ସଫେଇ କର୍ମଚାରୀ ମିଳିମିଶି ସ୍ଥାନୀୟ ଅଞ୍ଚଳକୁ ସଫାସୁତୁରା ରଖିଛନ୍ତି ଓ ଡେଙ୍ଗୁ ସଂକ୍ରମଣ କିଭଳି ନ ବ୍ୟାପିବ ସେଥିପାଇଁ ଜନ ସଚେତନତା ସୃଷ୍ଟି କରୁଛନ୍ତି।



