Patra electronics

ମଣିପୁରରେ କେବଳ ମହିଳା ପରିଚାଳନା କରିବେ ୩୦୦ ମତଦାନ କେନ୍ଦ୍ର

0

ଇମ୍ପାଲ.-  ମଣିପୁରରେ ପ୍ରଥମ ଥର ପାଇଁ ୩୦୦ ମତଦାନ କେନ୍ଦ୍ରକୁ କେବଳ ମହିଳା ଅଧିକାରୀମାନେ ପରିଚାଳନା କରିବେ । ୨୦୧୯ର ସାଧାରଣ ନିର୍ବାଚନରେ ମଣିପୁରରେ ହେବାକୁ ଥିବା ମତଦାନ କେନ୍ଦ୍ରରେ କେବଳ ମହିଳା ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ମଣିପୁରର ୟଇସିକୁଲ୍‌ ଓ ଚୁଡାଚନ୍ଦ୍ରପୁର ଆସନରେ ଥିବା ୩୦୦ ଟି ମତଦାନ କେନ୍ଦ୍ରରେ ଏହି ମହିଳା ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଏପ୍ରିଲ ୧୧ ଓ ଏପ୍ରିଲ ୧୮ରେ ଏହି ଆସନରେ  ମତଦାନ ଅନୁଷ୍ଠିତ ହେବ । ୩୦୦ ମହିଳା ଅଧିକରୀ ନିର୍ବାଚନ ପରିଚାଳନା କରିବା ରାଜ୍ୟରେ ପ୍ରଥମ ଘଟଣାବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପିକେ ସିଂ ସୂଚନା ଦେଇଛନ୍ତି ।

Leave A Reply