www.samajalive.in
Monday, December 15, 2025
17.1 C
Bhubaneswar

ରାହୁଲଙ୍କ ଡେରିରେ ନିଦ ଭାଙ୍ଗିଲା: ବିଜେଡି

ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଗୃହୀତ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପତ୍ରକୁ ବିଜେଡି ସମାଲୋଚନା କରିଛି। ବିଜେଡି ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ୟ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ମହିଳା ସଂରକ୍ଷଣ ପ୍ରସଙ୍ଗରେ ନିର୍ବାଚନୀ ବର୍ଷରେ କଂଗ୍ରେସ ଦଳ ରାଜନୀତି କରୁଛି।
ପୂର୍ବରୁ ଚାରି ବର୍ଷ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୋଇ ରହିଥିବାବେଳେ ଏବେ ହଠାତ୍‌ ଚେଇଁ ଉଠିଛନ୍ତି। ଭୋଟ ହାତେଇବା ପାଇଁ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ମନେପକାଇବା ଏବଂ ପାଟି ଖୋଲିବା ଚକିତ କରିଛି ବୋଲି ସାଂସଦ ଶ୍ରୀ ଆଚାର୍ୟ୍ୟ କହିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରୀକୁ ବଢ଼ାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବାରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ। ନବେ ଦଶକ ପ୍ରାରମ୍ଭରେ କର୍ଣ୍ଣାଟକ ପରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ସ୍ୱର୍ଗତ ପଟ୍ଟନାୟକ ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି।
ଯେତେବେଳେ କୌଣସି ରାଜନୈତିକ ଦଳ ମହିଳା ସଂରକ୍ଷଣ ପ୍ରସଙ୍ଗ ବିଷୟରେ ଚିନ୍ତା କରୁନଥିଲେ ସେତେବେଳେ ବିଜୁବାବୁ ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ୟ୍ୟକାରୀ କରି ଦେଖାଇ ଦେଇଛନ୍ତି ବୋଲି ସାଂସଦ ଶ୍ରୀ ଆଚାର୍ୟ୍ୟ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories