www.samajalive.in
Sunday, December 14, 2025
26.1 C
Bhubaneswar

ଏଟିପି ମାନ୍ୟତାର ୧୦ନଂରେ ଜୋକୋଭିକ୍‍

ପ୍ୟାରିସ୍‍ : ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ପୁରୁଷ ସିଙ୍ଗଲ୍‍ସ ମାନ୍ୟତା (ଏଟିପି)ର ୧୦ନଂ ସ୍ଥାନ ହାସଲ କରିଛନ୍ତି। ସୋମବାର ପ୍ରକାଶିତ ମାନ୍ୟତା ଅନୁଯାୟୀ ୱିମ୍ବଲଡନ୍‍ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ୍‍ ହୋଇଥିବା ଜୋକୋଭିକ୍‍ ୧୦ନଂରେ ରହିଛନ୍ତି। ପ୍ରାୟ ୮ମାସ ହେବ ଆଘାତଜନିତ କାରଣ, ବ୍ୟକ୍ତିଗତ ସମସ୍ୟା କାରଣରୁ ଜୋକୋଭିକ୍‍ ଶ୍ରେଷ୍ଠ ୧୦ ମାନ୍ୟତାରୁ ବାଦ୍‍ ପଡ଼ିଥିଲେ।
ତେବେ ୱିମ୍ବିଲଡନ୍‍ ଚମ୍ପିଆନ୍‍ ହେବା ପରେ ଜୋକୋଭିକ୍‍ ମାନ୍ୟତାରେ ୧୧ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନ ହାସଲ କରିଛନ୍ତି। ସେହିପରି ଫାଇନାଲରେ ପରାସ୍ତ ହୋଇଥିବା ଦକ୍ଷିଣ ଆପ୍ରିକାର କେଭିନ୍‍ ଆଣ୍ଡରସନ୍‍ ୩ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୫ମ ସ୍ଥାନରେ ପହଞ୍ଚିଛନ୍ତି। ସୋମବାର ପ୍ରକାଶିତ ମାନ୍ୟତା ଅନୁଯାୟୀ ସ୍ପେନ୍‍ର ରାଫେଲ ନାଦାଲ ୯୩୧୦ ପଏଣ୍ଟ ସହ ୧ମ, ସୁଇଜରଲ୍ୟାଣ୍ଡର ରୋଜର ଫେଡେରର୍‍ ୭୦୮୦ ପଏଣ୍ଟ ସହ ୨ୟ, ଜର୍ମାନୀର ଆଲେକ୍‍ଜେଣ୍ଡାର ଜେରେଭ୍‍ ୫୬୬୫ ପଏଣ୍ଟ ସହ ୩ୟ, ଆର୍ଜେଣ୍ଟିନାର ଜୁଆନ୍‍ ମାର୍ଟିନ୍‍ ଡେଲ୍‍ ପୋଟ୍ରୋ ୪ର୍ଥ, ଦକ୍ଷିଣ ଆଫ୍ରିକାର କେଭିନ୍‍ ଆଣ୍ଡରସନ୍‍ ୪୬୫୫ ପଏଣ୍ଟ ସହ ୫ମ, ବୁଲ୍‍ଗେରିଆର ଗ୍ରିଗୋର ଡିମିଟ୍ରୋଭ୍‍ ୪୬୧୦ ପଏଣ୍ଟ ସହ ୬ଷ୍ଠ, କ୍ରୋଏସିଆର ମାରିନ୍‍ ସିଲିକ୍‍ ୩୯୦୫ ପଏଣ୍ଟ ସହ ୭ମ, ଆମେରିକାର ଜନ୍‍ ଇସନ୍‍ର ୩୭୨୦ ପଏଣ୍ଟ ସହ ୮ମ, ଅଷ୍ଟ୍ରିଆର ଡୋମିନିକ୍‍ ଥିଏମ୍‍ ୩୬୬୫ ପଏଣ୍ଟ ସହ ୯ମ ଓ ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୩୩୫୫ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories