www.samajalive.in
Saturday, December 6, 2025
15.1 C
Bhubaneswar

ଅଲିଗଡ଼ ବାଇପାସରେ ନାଗରିକତା ଆଇନ ବିରୋଧୀ ପ୍ରଦର୍ଶନରୁ ଓହରିଲେ ଧାରଣାରତ ମହିଳା

ସମାଜ ପୋର୍ଟାଲ ଡେସ୍କ: ଗତ ଛ’ ଦିନ ଧରି ଅଲିଗଡ଼ ବାଇପାସରେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶତାଧିକ ମହିଳା ଗତ ରାତିରେ ଧର୍ମ ଗୁରୁ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଧାରଣାରୁ ଓହରି ଯାଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧାରଣା ଶେଷ ହେବା ପରେ ରାସ୍ତାରୁ ବ୍ୟାରିକେଡ ହଟାଯାଇଥିଲା ଏବଂ ରିଙ୍ଗ ରୋଡରେ ଥିବା ସେହି ରାସ୍ତାକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

ବରିଷ୍ଠ ପୋଲିସ ଅଧୀକ୍ଷକ ମୁନିରାଜ କହିଛନ୍ତି, ବିକ୍ଷୋଭକାରୀମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପଞ୍ଚ ସୂତ୍ରୀ ଦାବିପତ୍ର ଦାଖଲ କରିଛନ୍ତି ଯେଉଁଥିରେ ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରୁଥିବା ନିର୍ଦ୍ଦୋଷ ବିକ୍ଷୋଭକାରୀଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଭୂଷଣ ସିଂହ କହିଛନ୍ତି ଯେ ବିକ୍ଷୋଭକାରୀଙ୍କ ପ୍ରଥମ ଦାବି ପୂରଣ କରାଯାଇଛି ଯେଉଁଥିରେ ଗତ ରବିବାର ହୋଇଥିବା ହିଂସାରେ ଗୁଳି ମାଡ଼ରେ ଗୁରୁତର ଯୁବକ ତାରିକ ମୁନାୱାରଙ୍କୁ ଆର୍ଥିକ ସହାୟତା ସ୍ୱରୂପ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories