www.samajalive.in
Monday, December 8, 2025
16.1 C
Bhubaneswar

ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଠେଙ୍ଗଡିଜୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଧାମରା: ଭାରତୀୟ ମଜଦୁର ସଂଘର ପ୍ରାଣ ପ୍ରତିଷ୍ଠାତା ଦତୋପନ୍ତ ଠେଙ୍ଗଡିଜୀଙ୍କ ଜନ୍ମ ଶତ ବାର୍ଷିକୀ ଧାମରା ନିକଟସ୍ଥ ଜେଜେ ରିସୋର୍ଟ ହୋଟେଲର ସଭାକକ୍ଷରେ ରବିବାର ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମୂଖ୍ୟ ଅତିଥି ଭାବରେ ଜଗଦୀସ୍ୱର ରାଓ ଯୋଗ ଦେଇ ଭାରତୀୟ ମଜଦୁର ସଂଘର ପ୍ରାଣ ପ୍ରତିଷ୍ଠାତାଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ କିଭଳି ସମୟ ଦେଇ ସେ ସଂଘକୁ ସାରା ଭାରତରେ ଏକ ସଂଗଠନର ମାନ୍ୟତା ଦେବାରେ ସଫଳ ହୋଇଥିଲେ ତାହା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବରେ ଭାରତୀୟ ମଜଦୁର ସଂଘର ଭବାନୀ ଶଙ୍କରାଡୁ ଯୋଗ ଦେଇ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ସହ ଯୁଦ୍ଧଂ ଦେହି ଡାକରାରେ ଭାରତୀୟ ମଜଦୁର ସଂଘ କିଭଳି ଭାବେ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଶ୍ରମିକଙ୍କ ହିତ ଦେଶର ହିତ ସେ ଉପରେ ଆଲୋକପାତ କରିଥିଲେ। ୧୯୫୫ ମସିହାରେ ସଂଗଠନ ଆରମ୍ଭ ହୋଇଥିବା ବେଳେ ହିନ୍ଦୁସ୍ଥାନରେ ଶ୍ରମିକ ମାନେ ଏକଜୁଟ ହୋଇ ପାରିଲେ କୌଣସି ନ୍ୟସ୍ଥ ସ୍ୱାର୍ଥ କମ୍ପାନୀ କିମ୍ବା ରାଜ୍ୟ/କେନ୍ଦ୍ର ସରକାରଙ୍କ ଠାରୁ ହକ ଛଡାଇ ଆଣିବାରେ ଆମ୍ଭେ ସକ୍ଷମ ହେବୁ ବୋଲି ବିଏମଏସର ଜିଲ୍ଲା ସଭାପତି ମନୋଜ କୁମାର ବସନ୍ତ ରାୟ ମତ ରଖିଥିଲେ। ଆଜିର ଏହି ସଭାରେ ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ସାଧାରଣ ସଂପାଦକ ମୁକ୍ତିକାନ୍ତ ସାହୁ, ସାଂଗଠନିକ ସଂପାଦକ ପରେଶ ଧଳ, ସହ ସଭାପତି ଚନ୍ଦ୍ର ଶେଖର ଜେନା, କୋଷାଧକ୍ଷ୍ୟ ମନୋଜ କୁମାର ଲେଙ୍କା, ପ୍ରତାପ ଜେନା, ସପନ ମହାନ୍ତିଙ୍କ ସମେତ ଧାମରା ବନ୍ଦରର ବହୁ ଶ୍ରମିକ ତଥା ଧାମରା ଅଞ୍ଚଳର ବହୁ ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ। ଧାମରା ବନ୍ଦର ଭାରତର ଶ୍ରେଷ୍ଠ ବନ୍ଦର ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଥିବା ବେଳେ ବନ୍ଦର ପ୍ରଶାସନ ଏହି ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଠିକ ଭାବରେ ବର୍ଦ୍ଧିତ ଦରମା, ବର୍ଦ୍ଧିତ ଭତ୍ତା, ପିଏଫ, ଶ୍ରମିକମାନଙ୍କୁ ବୀମା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ମତ ପ୍ରକାଶ ପାଇଥିଲା। ମାର୍ଚ୍ଚ ୪ ତାରିଖ ଦିନ ଏହାର ପ୍ରତିବାଦରେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶାନ୍ତନୁ ମହାପାତ୍ର ଚେତାବନୀ ଦେଇଛନ୍ତି। ଏଥିସହ ବନ୍ଦର କର୍ତ୍ତୃପକ୍ଷ ଧାମରାରେ ଥିବା ବିଏମଏସ ଅଫିସ ପାଇଁ ବନ୍ଦର ଇଲାକାରେ ଏକ ଘର ସହ ଗାଡି ରଖିବା ସ୍ଥାନ ଯୋଗାଇ ଦେବା ଜରୁରୀ ହୋଇ ପଡିଛି ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଶେଷରେ ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ସପନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories