www.samajalive.in
Saturday, December 6, 2025
19.1 C
Bhubaneswar

ନରସିଂହପ୍ରସାଦରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ଅଷ୍ଟପ୍ରହରୀ ନାମଯଜ୍ଞ

ଧାମରା : ଧାମରା ନିକଟସ୍ଥ ନରସିଂହପ୍ରସାଦ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଥମେ ମା ଶୀତଳା ଦେବୀଙ୍କ ପୂଜାର୍ଚନା କରାଯାଇଥିଲା ପରେ ବଙ୍ଗୋପସାଗର କୂଳରୁ ୧୦୮ କଳସ ଶୋଭାଯାତ୍ରାରେ ଆସି ଜଗନ୍ନାଥ ଦେବଙ୍କ ନୂତନ ମନ୍ଦିର ଠାରେ ପ୍ରାରମ୍ଭିକ ଭାବେ ସମସ୍ତ ଦେବାଦେବୀଙ୍କ ପ୍ରତିଷ୍ଠା ଉତ୍ସବର ଅଙ୍କୁରାରୋପଣ ଓ ଗର୍ଭଧାନ କର୍ମ ଶେଷ ହୋଇଥିଲା। ପରେ ମହାସ୍ନାନ ଏବଂ ଦେବତା ପ୍ରତିଷ୍ଠା ଓ ବିଗ୍ରହ ମାନଙ୍କର ମନ୍ଦିର ପ୍ରବେଶ ଓ ଦେବାସନେ ବିଜେ ନୀତି ସଂପର୍ଣ ହୋଇଥିଲା।
ଏହି ସମସ୍ତ କାର୍ଯ୍ୟ ପରେ ଗ୍ରାମବାସୀଙ୍କ ତରଫରୁ ଅଷ୍ଟପ୍ରହରୀ ନାମଯଜ୍ଞ ,ନଗରକୀର୍ତନ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ମହାଦେବ ଆଶ୍ରମର ଗୋସ୍ୱାମୀ ପ୍ରଫୁଲ କୁମାର ଗୁରୁ ମହାରାଜ,ଅଖିଳଭାରତୀୟ ସନ୍ଥ ସମିତି ଉତ୍କଳ ପ୍ରାନ୍ତର ନଟବର ମହାରାଜ, ଜଗନ୍ନାଥ ଦାସ ମହାରାଜ,ପୁରୀ ଗୋବର୍ଧନ ମଠର ବିଦ୍ୟାଭୂଷଣ ଗୌର ଶ୍ୟାମନନ୍ଦ ମହାରାଜ,କବିନ୍ଦ୍ର କୁମାର ସଂଗଠନ ମହାମନ୍ତ୍ରୀଙ୍କ ସମେତ ବହୁ ସାଧୁସନ୍ଥ ମାନେ ଯୋଗ ଦେଇଥିବା ବେଳେ ଦୋସିଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅଶୋକ କୁମାର ଜାନା,ଦୋସିଙ୍ଗା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସୁକୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ୫ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନରସିଂହ ପ୍ରସାଦ ଗ୍ରାମର ଭାନୁ ପଣ୍ଡିତ, ସୁବିମଲ ବାରିକ, ମାନସ ଜେନା, ଶିବଶଙ୍କର ଦାସ, ମନୀ ମାଇତ, ଶାନ୍ତନୁ ବାରିକ, ଜଗଦୀଶ ଭୂୟାଁ, ପ୍ରଦ୍ୱୀପ କୁମାର ଦାସ, ତପନ ଭୂୟାଁ, ହୃଶିକେଶ ମାଇତି, ସନାତନ ଦାସ, ପ୍ରତାପ ଦାସ,ଗୌତମ ଭୂୟାଁ,ଭଜ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ନରସିଂହ ପ୍ରସାଦ ଗ୍ରାମର ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଦୈନିକ ବହୁ ଭକ୍ତ ଏବଂ ଭକ୍ତାମନେ ପ୍ରସାଦ ସେବନ କରିବା ସହ ଦେବକୃପା ପ୍ରାପ୍ତି ରେ ଅଂଶଗ୍ରହଣ କରିଥିଲେ।

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories