www.samajalive.in
Saturday, December 6, 2025
14.1 C
Bhubaneswar

ବୁଡିଲା ମାଛ ଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୨ ମତ୍ସ୍ୟଜୀବୀ

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ନିକଟସ୍ଥ ଧାମରାଠାରେ ଏକ ମାଛ ଧରା ଟ୍ରଲର ବୁଡ଼ିଯାଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଥିଲେ ୧୨ ମତ୍ସ୍ୟଜୀବୀ। ସୂଚନା ଅନୁଯାଇ ପଶ୍ଚିମବଙ୍ଗ ଦିଘାର ଏକ ଟ୍ରଲର ଧାମରା ମୁହାଣରେ ମାଛ ଧରି ଧାମରା ଜେଟିରେ ଲଙ୍ଗର କରି ରହିଥିଲା। ଏହି ଟ୍ରଲର ୨ଚାଳକ ଧାମରା ବଜାରକୁ ଯାଇଥିବା ସମୟରେ ଉପସ୍ଥିତ ଥିବା ଅନ୍ୟ ଷ୍ଟାଫ୍‌‌ ଟ୍ରଲରକୁ ଷ୍ଟାର୍ଟ କରି ନେଇଥିଲେ। ସମ୍ପୃକ୍ତ ଷ୍ଟାଫ ଏହି ଟ୍ରଲର ଚାଳନା ଜାଣି ନଥିବା ବେଳେ ସେହି ଟ୍ରଲର ର ଗୋଟିଏ ସ୍ଥାନରେ ମାଡ଼ ହୋଇଥିଲା। ମାଡ଼ ହୋଇଥିବା ସ୍ଥାନ ରୁ କାଠ ପଟା ବାହାରିଯିବାରୁ ସେହି ବାଟ ଦେଇ ଟ୍ରଲର ମଧ୍ୟକୁ ପାଣି ପଶି ଯାଇଥିଲା ଫଳରେ ଟ୍ରଲର ଟି ପାଣି ମଧ୍ୟରେ ସମ୍ପୂର୍ଣ ବୁଡି ଯାଇଥିଲା। ଖବର ପାଇ ମେରାଇନ ପୁଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ମସ୍ତ୍ୟଜୀବୀଙ୍କୁ ଊର୍ଦ୍ଧ୍ବାର କରିଥିଲା। ଏହାସହିତ ଅନ୍ୟ ମାନଙ୍କ ସହାୟତାରେ ଟ୍ରଲରକୁ ଊର୍ଦ୍ଧ୍ବାର କରିବା କାର୍ଯ୍ୟ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories