www.samajalive.in
Tuesday, December 9, 2025
26.1 C
Bhubaneswar

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କ ଧାମରା ଗସ୍ତ

ଧାମରା : କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଆଜି ଧାମରା ଗସ୍ତରେ ଆସିଛନ୍ତି। ଧାମରାରେ ୨:୩୦ ମିନିଟରେ ପହଞ୍ଚିବା ପରେ ଧାମରା ପୋର୍ଟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କର ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଦ୍ଵାରା ଭଦ୍ରକ ଜିଲ୍ଲାର କାଳନାଳୀ ଜେଟିରୁ କେନ୍ଦ୍ରାପଡା ଜଳପଥରେ ଭାରୀଯାନ ସହିତ ଯାତ୍ରୀମାନଙ୍କୁ ନେବାଆଣିବା କରିବା ପାଇଁ ଚୁକ୍ତି ହୋଇଥିବା ୧୪୦ କୋଟି ଟଙ୍କାର ମେଗା ପ୍ରକଳ୍ପ ସମ୍ପର୍କରେ ତର୍ଜମା କରିବା ସହିତ ଖୁବ୍‌ଶୀଘ୍ର କିପରି ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ତାହା ବିଭାଗୀୟ.ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ୨୦୨୧ ଏପ୍ରିଲ ମାସ ୧୫ତାରିଖରୁ ଅର୍ଦ୍ଧଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଦ୍ବାରା ପରୀକ୍ଷା ମୂଳକ ଭାବେ ଧାମରାରୁ ତାଳଚୁଆକୁ ଚାଲିବାକୁ ଆସିଥିବା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏମଭି ଭୂପେନ ହଜାରିକା ୧୫ ମାସ ହେବ ଜେଟିରେ ବନ୍ଧା ହୋଇ ରହୁଥିବା ବେଳେ ତୁରନ୍ତ କିପରି ଏହି ଜେଟି କାର୍ଯ୍ୟକାରୀ ହୋଇପାରିବ ତାହା ସମୀକ୍ଷା କରିଛନ୍ତି। ଏଥି ସହ ଧାମରା ବନ୍ଦରର ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଓ ଅଞ୍ଚଳରେ ବିକାଶ ପାଇଁ ଅଧିନସ୍ଥ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories