ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ କିଛିଟା ସୁଧାର ଆସିଛି। କିନ୍ତୁ ଏବେ ବି ହିଂସା ପ୍ରଭାବିତ ଅଞ୍ଚଳରେ ଡ୍ରେନରୁ ମୃତଦେହ ମିଳୁଛି, ଯାହା ଲୋକଙ୍କ ମଧ୍ୟରେ ହିଂସା ସମୟର ସେହି ଦୃଶ୍ୟକୁ ପୁଣି ଥରେ ଉଜ୍ଜୀବିତ କରୁଛି। ରବିବାର ଗୋକୁଲପୁରୀ ଏବଂ ଭାଗିରଥୀ ଅଞ୍ଚଳରେ ଥିବା ଡ୍ରେନରୁ ୩ଟି ମୃତଦେହ ଜବତ ହୋଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।
ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଥମେ ଗୋଟିଏ ମୃତଦେହ ମିଳିଥିଲା। ଦ୍ବିପ୍ରହର ସୁଦ୍ଧା ପୁଲିସ ଅଧିକାରୀମାନେ ୩ଟି ମୃତଦେହ ଜବତ କରିଥିଲେ। ଗୋକୁଲପୁରୀ ଡ୍ରେନରୁ ଗୋଟିଏ ଏବଂ ଭାଗିରଥୀ ଡ୍ରେନରୁ ୨ଟି ମୃତଦେହ ମିଳିଛି। ପୁଲିସ ମୃତଦେହଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।



