www.samajalive.in
Sunday, December 7, 2025
13.1 C
Bhubaneswar

ନାଇଟ୍‍ ସିଫ୍ଟ ପାଇଁ ସହମତି ପତ୍ର ଦେବେ ମହିଳା

ସମାଜ ଡିଜିଟାଲ ଡେସ୍କ: ମହିଳାମାନେ ବି ରାତିରେ କରିବେ ଅଫିସରେ କାମ । ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ ଏଣିକି ମହିଳାମାନେ କାମ କରିବାକୁ କୁହାଯାଇଛି । ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ ରହିଛି । ନାଇଟ୍‍ ସିଫ୍ଟରେ କାମ କରିବା ପାଇଁ ମହିଳାମାନେ ସହମତି ପତ୍ର ଦେବାକୁ କୁହାଯାଇଛି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିପିଏସ୍‍ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବ୍ୟଶକ । ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ।

ମହିଳାଙ୍କ ନାଇଟ୍‍ ସିଫ୍ଟ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଶ୍ରମ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମହିଳାମାନେ ନାଇଟ୍‍ ସିଫ୍ଟ କରିପାରିବେ । ଏଥିପାଇଁ ଏକ ଫର୍ମ ପୂରଣ କରିକିଦେବେ । ଏନେଇ ଇଣ୍ଟରନାଲ କମ୍ପେ୍ଲନ କମିଟିକୁ ଚିଠି କରାଯାଇଛି । ଏହାଦ୍ୱାରା ମହିଳାମାନେ ସାହସ ପାଇବେ ସଶକ୍ତ ହେବେ । ମହିଳା-ପୁରୁଷଙ୍କ ଭିତରେ ତାରତମ୍ୟ କମାଇବା ଦିଗରେ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories