www.samajalive.in
Saturday, December 6, 2025
14.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ପର୍ବ ୯ ଅଗଷ୍ଟରେ ପାଳନ କରାଯିବ । ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ପର୍ବ ଭଦ୍ରାମୁକ୍ତ ରହିବ । ଏହାସହ ରାକ୍ଷୀ ବାନ୍ଧିବା ପାଇଁ ୭ ଘଣ୍ଟା ପାଇଁ ଶୁଭ ସମୟ ମଧ୍ୟ ରହିଛି ।
ଶାସ୍ତ୍ର ଅନୁସାରେ ରକ୍ଷା ବନ୍ଧନରେ ଚଳିତ ବର୍ଷ ଦୁର୍ଲ୍ଲଭ ସଂଯୋଗ ସହ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ବର୍ଷିବ । ଜାଣନ୍ତୁ..

ମେଷ- ଏହି ରାଶିଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

- Advertisement -

ମିଥୁନ- ଏହି ରାଶି ସୌଭାଗ୍ୟଶାଳୀ ହେବେ । ଧନ ଲାଭର ଯୋଗ ରହିଛି । ପରିଶ୍ରମର ଫଳ ମିଳିବ । ହସଖୁସିରେ ସମୟ ଅତିବାହିତ କରିବେ ।

ସିଂହ – ସିଂହ ରାଶି ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ । ବ୍ୟବସାୟରେ ଲାଭ ସହ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣ ହେବ । ଶୁଭ ଖବର ପାଇବେ । ନବ ବିବାହିତା ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ । ଯାତ୍ରାର ଯେ୍ଧଜ୍ଞ ରହିଛି । ନୂଆ ନୂଆ କାମ ଆରମ୍ଭ କରିବା ସହ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ମନ ଶାନ୍ତି ରହିବା ସହ ଆଧ୍ୟାତ୍ମକି କାର୍ଯ୍ୟରେ ରୁଚି ବଢିବ । ସକରାତ୍ମକ ଶକ୍ତି ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ସମସ୍ତ ଦୃଷ୍ଟିରୁ ଦେଖିବାକୁ ଗଲେ କର୍ମକ୍ଷେତ୍ର, ଆର୍ଥିକ, ପାରିବାରରେ ଖୁସି, ଯାତ୍ରା, ଆଇନ ମାମଲାରେ ସ୍ୱାସ୍ଥ୍‌୍ୟରେ ଅତ୍ୟନ୍ତ ଶୁଭଫଳ ମିଳିବ ।

ତୁଳା- ଏହି ରାଶିଙ୍କୁ ମଧ୍ୟ ଅନେକ ଶୁଭଫଳ ମିଳିବ । ଅଟକି ଥିବା କାମ ପୂରଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।

ମୀନ- ଆର୍ଥିକ ସ୍ଥିତି ମଜଭୁତ ରହିବ । ପରିବାରରେ ହସଖୁସି ଓ ଶାନ୍ତିର ବାତାବରଣ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories