bjd gruha runa banner

ସେନା ଡାକ୍ତର ସାଜିଲେ ଦେବଦୂତ: ଚଳନ୍ତା ଟ୍ରେନରେ ପ୍ରସବ କରାଇ ବଞ୍ଚାଇଲେ ମାଆ ଓ ଶିଶୁର ଜୀବନ

bjd  ek lkhya koti banner

ଚଣ୍ଡିଗଡ଼: ଟ୍ରେନରେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ପ୍ରସବ କରାଇ ଭାରତୀୟ ସେନା ପୁଣି ପ୍ରମାଣ କରି ଦେଇଛନ୍ତି ଯେ, ଦେଶବାସୀଙ୍କ ସେବା ତାଙ୍କ ପାଇଁ ସର୍ବୋପରି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଅମୃତସରରୁ ହାୱଡ଼ା ଯାଉଥିବା ହାୱଡ଼ା ଏକ୍ସପ୍ରେସ୍‍ ଟ୍ରେନରେ।
ସୂଚନା ଅନୁସାରେ, ପଞ୍ଜାବ ସ୍ଥିତ ସେନାର ୧୫ ଡିଭିଜନ ଅଧିନସ୍ଥ ଗୁରୁଦାସପୁରର ଟିବରୀ କ୍ୟାଣ୍ଟ୍‍ ସୈନ୍ୟ ଡାକ୍ତରଖାନାର ୨ ମହିଳା ଡାକ୍ତର କ୍ୟାପ୍ଟେନ୍‍ ଲଲିତା ହଂସ ଓ କ୍ୟାପ୍ଟେନ ଅମନଦୀପ କୌର ଶୁକ୍ରବାର ହାୱଡ଼ା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ। ଏହି ସମୟରେ ସେହି ବଗିରେ ଯାତ୍ରା କରୁଥିବା କୋମଲ ନାମ୍ନୀ ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଅବସ୍ଥା ଏତେ ଗୁରୁତର ଥିଲା ଯେ, ଟ୍ରେନ୍‍କୁ ଚେନ୍‍ ଟାଣି ଅଧା ରାସ୍ତାରେ ଅଟକାଇ ତାଙ୍କୁ ଡାକ୍ତରଖାନା ନେବାକୁ ସମୟ ନ ଥିଲା। ତେଣୁ ଭାରତୀୟ ସେନାର ଏହି ଦୁଇ ମହିଳା ଡାକ୍ତର ନିଜର ପରିଚୟ ଦେଇ ବହୁ କଷ୍ଟରେ ମହିଳାଙ୍କ ପ୍ରସବ କରାଇଥିଲେ ଓ ଉଭୟ ମାଆ ଏବଂ ଶିଶୁର ଜୀବନ ରକ୍ଷା କରିଥିଲେ। ଖାସ୍‍ କଥା ହେଉଛି, ଏହି ଦୁଇ ମହିଳା ଡାକ୍ତର ଯାତ୍ରୀଙ୍କ ନିକଟରେ ଥିବା ସେଭିଂ ବ୍ଲେଡ଼୍‍, ସାଧାରଣ ସୁତା ଓ ଗରମ ପାଣି ବୋତଲ ସହାୟତାରେ ପ୍ରସବ କରାଇଥିଲେ। ଏହାପରେ ବଗିରେ ଉପସ୍ଥିତ ଯାତ୍ରୀମାନେ ଦୁଇ ମହିଳା ଡାକ୍ତରଙ୍କ ଭୁରି ଭୁରି ପ୍ରଶଂସା କରିବା ସହ ‘ଭାରତୀୟ ସେନା ଜିନ୍ଦାବାଦ୍‍’ ସ୍ଲୋଗାନ୍‍ ଦେଇଥିଲେ।

Comments are closed.