www.samajalive.in
Saturday, December 6, 2025
14.1 C
Bhubaneswar

ମହିଳା ଏସିଆ କପ୍‌ ଟ୍ବେଣ୍ଟି୨୦, ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲ୍‌ହଟ୍‌: ଭାରତୀୟ ମହିଳା କ୍ରିକେଟ ଦଳ ୮ମ ଥର ପାଇଁ ମହିଳା ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳା ଯାଇଥିବା ମହିଳା ଏସିଆ କପ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ୭୪ ରନରେ ଥାଇଲାଣ୍ଡ ମହିଳା ଦଳକୁ ପରାସ୍ତକରି ଫାଇନାଲରେ ପହଞ୍ଚିଛି। ଭାରତ ପ୍ରତିଯୋଗିତାର ଏପର୍ଯ୍ୟନ୍ତ ଖେଳା ଯାଇଥିବା ସମସ୍ତ ସଂସ୍କରଣର ଫାଇନାଲରେ ପହଞ୍ଚିଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶନିବାର ଫାଇନାଲ ଖେଳାଯିବ।
ଶେଫାଳି ବର୍ମା ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ବଳରେ ଭାରତ ୬ ୱିକେଟରେ ୧୪୮ ରନ କରିଥିଲା। ୧୪୯ ରନ୍‌ର ବିଜୟଲକ୍ଷ୍ୟର ପିଛାକରି ଥାଇଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୦ ଓଭରରେ ୯ ୱିକେଟ ହରାଇ ୭୪ରନ କରି ପାରିଥିଲା। ଅଧିନାୟିକା ନାରିମୁଲ ଚିୱାଇ ଓ ନାତିଆ ବୁଚତାମ ୨୧ରନ ଲେଖାଏଁ କରିଥିଲେ। ଭାରତର ଦୀପ୍ତି ଶର୍ମା ୩ଟି, ରାଜେଶ୍ବରୀ ଗାଏକ୍ବାଡ୍‌ ୨ଟି ୱିକେଟ ନେଇଥିଲେ। ଥାଇଲାଣ୍ଡ ଫିଲ୍‌ଡିଂ ନେବା ପରେ ଭାରତୀୟ ଓପନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ପ୍ରଥମ ୱିକେଟରେ ୩୮ରନ୍‌ ଯୋଡ଼ିଥିଲେ। ମାନ୍ଧାନା ୧୩ ରନ୍‌ କରିଥିଲେ। ଶେଫାଳି ଶେଫାଳି ୨୮ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହ ୪୨ ରନ କରି ଆଉଟ୍‌ ହୋଇଥିଲେ। ଜେମିମା ରଡ୍ରିଗ୍ବେଜ ୨୯ ରନ୍‌ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୩୦ ବଲରୁ ୪ଟି ଚୌକା ସହ ୩୬ ଓ ପୂଜା ବତ୍ସାକାରଙ୍କ ୧୩ଟି ବଲରୁ ଅପରାଜିତ ୧୭ ରନ୍‌ କରିିଥିଲେ। ଥାଇଲାଣ୍ଡ ପକ୍ଷରୁ ସ୍ବର୍ଣ୍ଣରିନ୍‌ ଟିଫୁତି ୩ଟି ୱିକେଟ ନେଇଥିଲେ। ଶେଫାଳି ବର୍ମା ପ୍ଲେୟର ଅଫ ଦି ମ୍ୟାଚ୍‌ ହୋଇଥିଲେ।
୨ୟ ସେମିଫାଇନାଲ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା। ଏଥିରେ ଶ୍ରୀଲଙ୍କା ମହିଳା ଦଳ ମାତ୍ର ୧ ରନରେ ପାକିସ୍ତାନ ମହିଳା ଦଳକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଦୀର୍ଘ ୧୪ ବର୍ଷ ପରେ ଶ୍ରୀଲଙ୍କା ପ୍ରଥମଥର ଏସିଆ କପ୍‌ର ଫାଇନାଲରେ ପହଞ୍ଚିଛି। ଶ୍ରୀଲଙ୍କା ୬ ୱିକେଟରେ ୧୨୨ ରନ୍‌ କରିଥିଲା। ପରେ ପାକିସ୍ତାନ ୨୬ ୱିକେଟରେ ୧୨୧ ରନ୍‌ କରିଥିଲା। ପାକିସ୍ତାନ ଶେଷ ୩ ଓଭରରୁ ୧୮ ଓ ଶେଷ ଓଭରରୁ ୯ ରନ୍‌ ଆବଶ୍ୟକ କରୁଥିଲା। ଶେଷ ଶେଷ ବଲ୍‌ରେ ପାକିସ୍ତାନ ୩ ରନ୍‌ ଆବଶ୍ୟକ କରୁଥିଲା। ନିଦା ଦାର୍‌ ମାରିଥିବା ସଟ୍‌ରୁ ଶ୍ରୀଲଙ୍କା ଫିଲ୍‌ଡର କ୍ୟାଚ୍‌ ଛାଡ଼ିଥିଲେ ହେଁ ତାଙ୍କ ଥ୍ରୋ’ରେ ନିଦା ଦାର୍ ୨ୟ ରନ୍‌ ପ୍ରୟାସରେ ରନ୍‌ଆଉଟ୍‌ ହେବାରୁ ଶ୍ରୀଲଙ୍କା ୧ ରନ୍‌ରେ ଜିତି ପାରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories