www.samajalive.in
Saturday, December 6, 2025
23.1 C
Bhubaneswar

୨୦୨୩ ମାର୍ଚ୍ଚରେ ମହିଳା ଆଇପିଏଲ୍‌, ଭାଗନେବେ ୫ ଦଳ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ୨୦୨୩ ମାର୍ଚ୍ଚରେ ଖେଳାଯିବ। ପୁୁରୁଷ ଆଇପିଏଲ ପୂର୍ବରୁ ଉକ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ୫ଟି ଦଳ ଅଂଶଗ୍ରହଣ କରିବେ। ଏ ନେଇ ବିିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ ପକ୍ଷରୁ ପିଟିଆଇକୁ ଦିଆ ଯାଇଥିବା ସୂଚନା ଅନୁଯାୟୀ, ପ୍ରତିଯୋଗିତାରେ ମୋଟ ୨୦ଟି ମ୍ୟାଚ ଖେଳାଯିବ। ପ୍ରତ୍ୟେକ ଦଳ ଲିଗ୍‌ ପର୍ଯ୍ୟାୟରେ ପରସ୍ପର ବିରୋଧରେ ୨ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳିବେ। ଟେବୁଲର ଶୀର୍ଷ ସ୍ଥାନରେ ଥିବା ୨ଟି ଦଳ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ୩ୟ ୪ର୍ଥ ସ୍ଥାନ ପାଇଁ ଏଲିମିନେଟର ମ୍ୟାଚ ଖେଳାଯିବ। ଘରୋଇ ଓ ବିଦେଶୀ ଖେଳାଳିଙ୍କ ସହ ଉକ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପ୍ରତ୍ୟେକ ଦଳ ଚୂଡ଼ାନ୍ତ ଏକାଦଶରେ ସର୍ବାଧିକ ୫ ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବେ। ପ୍ରତି ଦଳ ୧୮ ଜଣ ଖେଳାଳିଙ୍କୁ ରଖିପାରିବେ। ସେମାନଙ୍କ ମଧ୍ୟରୁ ୧୨ ଜଣ ଘରୋଇ ଓ ୬ ଜଣ ବିଦେଶୀ ଖେଳାଳି ରହିବେ।

ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଥିବା ୫ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଆଇସିସିର ପୂର୍ଣ୍ଣ ସଦସ୍ୟତା ଥିବା ଦେଶର ୪ଜଣ ଓ ସହ ସଦସ୍ୟତା ଦେଶର ଜଣେ ଖେଳାଳି ରହିବା ଆବଶ୍ୟକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମହିଳା ବିଗ୍‌ ବାସ୍‌ ଲିଗ୍‌ ଅଷ୍ଟ୍ରେଲିଆ ଓ ଦି ହ​‌େ​‌ଣ୍ଡ୍ରଡ୍‌ ଇଂଲଣ୍ଡର ୧୫ ଜଣିଆ ଦଳରେ ୩ ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରୁଛନ୍ତି। ୨୦୨୩ ଫେବୃଆରୀ ୯ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବ। ଏହା ପରେ ମହିଳା ଆଇପିଏଲ ଖେଳାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମହିଳା ଆଇପିଏଲ୍‌-୨୦୨୩ ପ୍ରଥମ ସଂସ୍କରଣ ୨ଟି ସହରରେ ଖେଳାଯିବ। ପ୍ରତି ସହରରେ ୧୦ଟି ଲେଖାଏଁ ମ୍ୟାଚ ଖେଳାଯିବ। ପରବର୍ତ୍ତୀ ସଂସ୍କରଣ ୨୦୨୪ରେ ଆଉ ୨ଟି; ଏହିପରି ୪ଟି ସହରରେ ଖେଳାଯିବ। ୨୦୨୫ ସଂସ୍କରଣ ମଧ୍ୟ ସମାନ ନିୟମରେ ଖେଳାଯିବ। ପ୍ରଥମ ୧୦ ମ୍ୟାଚ ଗୋଟିଏ ସହରରେ ଓ ଅନ୍ୟ ୧୦ଟି ମ୍ୟାଚ ଅନ୍ୟ ସହରରେ ଖେଳାଯିବ। ଦଳ ଜୋନ୍‌ ଆଧାରରେ ଗଠନ କରାଯିବ। ପ୍ରତି ଜୋନରେ ୨ଟି ଲେଖାଏଁ ସ୍ଥାନ ଚିହ୍ନଟ ହୋଇଛି। ଉତ୍ତରାଞ୍ଚଳ ଜୋନ୍‌​‌ରେ ଜମ୍ମୁକଶ୍ମୀର ଓ ଧର୍ମଶାଳା ଥିବା ବେଳେ ପଶ୍ଚିମାଞ୍ଚଳ ଜୋନ୍‌​‌େ​‌ର ପୁଣେ ଓ ରାଜକୋଟ; କେନ୍ଦ୍ରାଞ୍ଚଳ ଜୋନ୍‌ରେ ଇନ୍ଦୋର, ନାଗପୁର ଓ ରାୟପୁର; ପୂର୍ବାଞ୍ଚଳ ଜୋନ୍‌ରେ ରାଞ୍ଚି ଓ କଟକ ଏବଂ ଦକ୍ଷିଣାଞ୍ଚଳ ଜୋନ୍‌ରେ କୋଚି ଓ ବିଶାଖାପାଟଣା; ଉତ୍ତର-ପୂର୍ବାଞ୍ଚଳ ଜୋନ୍‌ରେ ଗୁଆହାଟୀ ରହିଛନ୍ତି। ଏହାଛଡ଼ା ବଡ଼ବଡ଼ ସହର- ବେଙ୍ଗାଲୁରୁ, ଅହମ୍ମଦାବାଦ୍‌, ଚେନ୍ନଇ, ଦିଲ୍ଲୀ, କଲକାତା ଓ ମୁମ୍ବଇକୁ ମଧ୍ୟ ସାମିଲ କରାଯାଇଛି। ପ୍ରଥମ ସଂସ୍କରଣର ୫ଟି ଦଳ ଓ ମ୍ୟାଚ୍‌ ଆରମ୍ଭର ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ବିିସିସିଆଇ ଜଣାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories