www.samajalive.in
Saturday, December 6, 2025
14.1 C
Bhubaneswar

୩୦ କେଜି ଗଂଜେଇ ଜବତ ; ମହିଳା କୋର୍ଟ ଚାଲାଣ 

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଅଟୋ ନଗର ଅଞ୍ଚଳରେ ଦୀର୍ଘ ଦିନ ହେଲା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋ ନଗର ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ଚଢ଼ାଉ କରି ୩୦ କିଲୋ ଗଂଜେଇ ଜବତ କରି ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ଡ଼ି ସରସ୍ୱତୀ ପାତ୍ର(୩୨) ।
ସୂଚନାଯୋଗ୍ୟ ଯେ, ଡ଼ି.ସରସ୍ୱତୀଙ୍କ ସ୍ୱାମୀ ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ଉପକଣ୍ଠ ମଦନମୋହନପୁର ସ୍ଥିତ ରାଜାରାଣୀ କଲୋନୀ ଠାରେ ଏକ ଘର ଭଡ଼ା ନେଇ ରହୁଥିଲେ । ତେବେ ସେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇବା ପରେ ଗୁଇନ୍ଦା ବିଭାଗ ଅଧିକାରୀ ସୁଦର୍ଶନ ବିଷୋୟୀ ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ମଦନମୋହନପୁର ସ୍ଥିତ ରାଜାରାଣୀ କଲୋନୀଠାରେ ରହୁଥିବା ଭଡ଼ା ଘରେ ଯାଞ୍ଚ କରି ୫କିଲୋ ଲେଖାଏଁ ୬ ଗୋଟି ପ୍ୟାକେଟ ଜବତ କରିଛି । ସେଥିରେ ମୋଟ ୩୦ କିଲୋ ଗଞ୍ଜେଇ ଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।
ସେ ସହରର ଉପକଣ୍ଠରେ ଦୀର୍ଘ ବର୍ଷ ହେଲା ରହି ଏହି ବ୍ୟବସାୟ କରୁଥିବା ଜଣାପଡିଛି । ତେବେ ସେ ଏହି ଗଞ୍ଜେଇ କେଉଁଠାରୁ ଆଣୁଥିଲେ ଓ କେଉଁଠାକୁ ଚାଲାଣ କରୁଥିଲେ ଏବଂ କିଏ କିଏ ଏଥିରେ ସଂଶ୍ଳିଷ୍ଟ ଅଛି । ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ମହିଳାଙ୍କ ସ୍ଵାମୀ କନିଷି ଢ଼ାବା ପଛପଟେ ଏକ ଦେଶୀ ମହୁଲି ଶାଖା ମଦ ଦୋକାନରେ ସେଲସ ମେନ ଥିବା ଜଣାପଡିଛି । ତାଙ୍କ ସ୍ୱାମୀଙ୍କ ନାଁରେ ଗଜପତି ଜିଲ୍ଲା ମୋହନା ଓଡବା ଥାନା ସମେତ ଦିଲ୍ଲୀରେ ଗଞ୍ଜେଇ ଚାଲାଣ ନେଇ ବହୁ ମାମଲା ରହିଥିବା ସେ ବେଳେ ଲୋଚାପଡା ଅଞ୍ଚଳର ଜୈନିକ ଯୁବକଙ୍କ ଜରିଆରେ ଦୀର୍ଘ ଦିନ ହେଲେ ଅଟୋ ନଗର ଅଞ୍ଚଳରେ ଗଂଜେଇ, ଗୁଟଖା ଏବଂ ଅଫିମ ଆଦି ଚୋରା ଚାଲାଣ କରିଥିବା ଅଭିଯୋଗ ହେଉଛି । ଏ ନେଇ ଗୁଇନ୍ଦା ଅଧିକାରୀ ଶ୍ରୀ ବିଷୋୟୀ କହିଛନ୍ତି, ଘଟଣାକୁ ନେଇ ତଦନ୍ତ ଜାରୀ ରହିଛି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପର୍କ ଥିବା ଜଣା ପଡିବ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ବୋଲି ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories