www.samajalive.in
Saturday, December 6, 2025
14.1 C
Bhubaneswar

କୀଟ ନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା ମାମଲା ; ଶାଶୁ ଓ ନଣନ୍ଦ ଗିରଫ

ଗୋପାଳପୁର  : ଗୋପାଳପୁର ପୁଲିସ ଥାନା ସମ୍ମୁଖରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ମାମଲାରେ ପୂର୍ବରୁ ସ୍ବାମୀକୁ ଗିରଫ କରାଯାଇଥିବା ବେଳେ ଶାଶୁ ଓ ନଣନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ମାନେ ହେଲେ ମାଣ୍ଡିଆପଲ୍ଲୀ ଗ୍ରାମର ଶାଶୁ ଶାନ୍ତି ଦାସ ଓ ନଣନ୍ଦ ଗୌରୀ ଦାସ ।
ସୂଚନା ଯେ ଗତ ଜୁଲାଇ ମାସ ୨୯ ତାରିଖରେ ଥାନା ସମ୍ମୁଖରେ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ କୀଟନାଶକ ପିଇ ଗୁରୁତର ହୋଇଥିଲେ ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ ।ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେ ନେଇ ମୃତ ଟିକିନାଙ୍କ ପରିବାର ପକ୍ଷରୁ ଯୌତୁକ ନିର୍ୟାତନା ଦେଉଥିବା ନେଇ ସ୍ବାମୀ ,ଶାଶୁ ଓ ନଣନ୍ଦ ନାମରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ପ୍ରକାରେ କେସ ନଂ ୧୪୬/୨୨ ମାମଲା ରେ ରୁଜୁ କରି ସ୍ବାମୀ ସୁକାନ୍ତ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ  ଶାଶୁ ଶାନ୍ତି ଦାସ ଓ ନଣନ୍ଦ ଗୌରୀ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories