www.samajalive.in
Saturday, December 6, 2025
15.1 C
Bhubaneswar

ଅଣ୍ଡା ସହ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

କଥାରେ ଅଛି ସଣ୍ଡେ ହୋ ୟା ମଣ୍ଡେ, ରୋଜ୍‌‌ ଖାଓ ଅଣ୍ଡେ। ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ବେଶ ଉପକାରୀ ହୋଇଥିବା କାରଣରୁ ଏହାକୁ ନିୟମିତ ଭାବେ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଅଣ୍ଡାରେ ଭିଟାମିନ ଏ, ବି୬,ବି୧୨,ପ୍ରୋଟିନ, ଆଇରନ, ଏମିନୋ ଏସିଡ,ଫସଫରସ ଓ ସେଲେନିୟମ ଭଳି ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ତେଣୁ ଅଣ୍ଡାକୁ ସୁପରଫୁଡ ବୋଲି କୁହାଯାଏ। ନିୟମିତ ଏହାକୁ ସେବନ କରିବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ। ମାତ୍ର ସଭିଏଁ ହୁଏତ ଜାଣିନଥିବେ ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ହେବା ସହ ଅଣ୍ଡା ଖାଇବା ସମୟରେ କିଛି ସ୍ୱତନ୍ତ୍ର କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏଭଳି କେତେକ ଜିନିଷ ଅଛି ଯାହାକୁ ଅଣ୍ଡା ସହ ଏକତ୍ରିତ ଖାଇବା ଉଚିତ ନୁହେଁ। ଜାଣନ୍ତୁ..
ଅଣ୍ଡା ସହ ଚିନି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅଣ୍ଡା ଓ ଚିନିରେ ଥିବା ଏକ ପ୍ରକାର ଏସିଡ୍‌‌ ନିର୍ଗତ ହୋଇ ଶରୀରରେ ଖାଦ୍ୟକୁ ଏହା ବିଷାକ୍ତ କରିଥାଏ। ଏହି କାରଣରୁ ରକ୍ତ ସଞ୍ଚାଳନରେ ସମସ୍ୟା ହେବା ସହ ପେଟ ଜନିତ ରୋଗ ମଧ୍ୟ ହୋଇଥାଏ।
ସୋୟା ମିଲ୍କରେ ଭେଜିଟେବଲ୍‌‌ ପ୍ରୋଟିନ,ଭିଟାମିନ,ମିନେରାଲ୍ସ ଆଦି ପ୍ରଚୁର ମାତ୍ରାରେ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ସୋୟା ମିଲ୍କ ସହ ଅଣ୍ଡା ଏକାଠି ଖାଇଲେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ହୋଇଥାଏ।
ଅଣ୍ଡା ସହ ଚା’ ପିଇଲେ ଏହା କୋଷ୍ଠକାଠିନ୍ୟ ଓ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ଅଣ୍ଡା ଓ ଚା’ର ଏକତ୍ରିତ ସେବନ କରନ୍ତୁ ନାହିଁ।
ଅଣ୍ଡା ଓ କଦଳୀ ଉଭୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର ଅଣ୍ଡା ଓ କଦଳୀକୁ ଏକାଠି ସେବନ କରନ୍ତୁ ନାହିଁ। ଏହାଦ୍ୱାରା ବଦହଜମି ,କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
ଅଣ୍ଡା ଖାଇବା ପରେ ତୁରନ୍ତ କୌଣସି ଖଟା ଜାତୀୟ ଜିନିଷର ସେବନ କରନ୍ତୁ ନାହିଁ। ଏପରି କରିବା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories