www.samajalive.in
Monday, December 15, 2025
14.1 C
Bhubaneswar

ଅସଦାଚରଣର ପ୍ରତିବାଦ କରିବାରୁ… ଚଳନ୍ତା ବସରୁ ମହିଳାଙ୍କୁ ଠେଲିଦେଲେ

ସମାଜ ଡିଜିଟାଲ ଡେସ୍କ: ଅସଦାଚରଣର ପ୍ରତିବାଦ କରିବାରକୁ ଜଣେ ମହିଳାଙ୍କୁ ଚଳନ୍ତା ବସରୁ ଠେଲି ଦିଆଯାଇଛି। ମହିଳା ଜଣକ ବସରୁ ପଡ଼ି ଆହତ ହୋଇଛନ୍ତି। ଉତ୍ତର କଲକାତାର ସିନ୍ଥିମୋରେ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ୨୧ ବର୍ଷୀୟ ଅଭିଯୁକ୍ତ ମହମ୍ମଦ ସୈଫ ଓରଫ ସଇଫୁଦ୍ଦିନକୁ ଗିରଫ କରିଛି। ତା’ ଘର ନାରକେଲଦଙ୍ଗାରେ।

ପୁଲିସ ସୂଚନା ଅନୁସାରେ, ସିନ୍ଥି ଅଞ୍ଚଳର ୨୨ ବର୍ଷୀୟା ପୀଡ଼ିତା ମହିଳା ସିଆଲଦାରୁ ଏକ ସରକାରୀ ବସରେ ଚଢ଼ିଥିଲେ। ଅଭିଯୁକ୍ତ ସୈଫ ରାଜାବଜାର ଅଞ୍ଚଳରୁ ବସରେ ଚଢ଼ିଥିଲା। ଏହା ପରେ ଅଭିଯୁକ୍ତ ଯୁବକ ଉକ୍ତ ମହିଳାଙ୍କୁ ବସ ଭିତରେ ଅସଦାଚରଣ କରିଥିଲା। ମହିଳା ଜଣକ ବିରୋଧ କରିଥିଲେ ମଧ୍ୟ ସେ ଜୋରଜବରଦସ୍ତି ତାଙ୍କୁ ଅସଦାଚରଣ କରିଚାଲିଥିଲା। ଶେଷରେ ମହିଳାଙ୍କ ଅଭିଯୁକ୍ତ ସହିତ ଯୁକ୍ତିତର୍କ ହୋଇଥିଲା। ଯାହାଫରେ ଅଭିଯୁକ୍ତ ତାଙ୍କୁ ବସରୁ ବାହାରକୁ ଠେଲିଦେଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories