www.samajalive.in
Sunday, December 14, 2025
17.1 C
Bhubaneswar

ପୁଟାସିଂ ମହିଳା ଥାନା ଅଧିକାରୀ ରାତି ତମାମ ଅଟକ

ଗୁଣପୁର : ପୁଟାସିଂ ମହିଳା ଥାନା ଅଧିକାରୀ ପଦ୍ମା ମୁଥୁଙ୍କୁ ରାତି ତମାମ ସାଙ୍କରୀ ଗାଁରେ ଅଟକ। ଆକ୍ରମଣ ହୋଇଥିବା ମଧ୍ୟ ପ୍ରଚାର ହେଉଛି। ହେଲେ ଉକ୍ତ ଅଞ୍ଚଳକୁ ଠିକ୍‍ ସେ ମୋବାଇଲ ନେଟୱାର୍କ ଲାଗୁ ନଥିବା କାରଣରୁ ଏଯାଏଁ ମଧ୍ୟ ସଠିକ୍‍ ଖବର ଆସି ପାରୁନି। ଗଞ୍ଜେଇ ଜବତ କରିବାକୁ ଗାଁକୁ ଯିବାବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ପୁଲିସ ସ୍ବୀକାର କରିଥିଲେ ହେଁ ଏଯାଏଁ ଏହି ଘଟଣାକୁ ନେଇ କୌଣସି ମକଦମା ରୁଜୁ ହୋଇ ନଥିବା ଜଣା ପଡ଼ିଛି। ଅନ୍ୟଏକ ଖବର ଅନୁସାରେ କିଛିମାସ ହେଲା ପୁଟାସିଂ ଥାନା ଅଧିକାରୀଙ୍କ ସ୍ଥାନୀୟ ଲୋକଙ୍କ ପ୍ରତି ଖରାପ ବ୍ୟବହାର, ହେଲମେଟ ଯାଞ୍ଚ୍‍ ଆଳରେ ଲୋକଙ୍କୁ ହଇରାଣ କରିବା, ଟଙ୍କିକିଆ ଚାଉଳ ମୁଣ୍ଡରେ ଧରି ଯାଉଥିବା ମହିଳାଙ୍କୁ ମାସ୍କ ପିନ୍ଧି ନଥିବା ନେଇ ଜରିମାନା ଆଦାୟ କରିବା, ଚାଲାଣ ନକାଟି ଟଙ୍କାନେଇ ଘରକୁ ରସିଦ ପହଞ୍ଚିବ ବୋଲି କହିବା ଇତ୍ୟାଦି ଅଭିଯୋଗ ହୋଇ ଆସୁଥିଲା। ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟକଳାପକୁ ନେଇ ଲୋକେ ଛକ ବଜାରରେ ତାଙ୍କ ବିରୋଧରେ ଚର୍ଚ୍ଚା ଓ ଆଲୋଚନା ମଧ୍ୟ ଆରମ୍ଭ କରିଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ଗଞ୍ଜେଇ ଜବତ କରିବାକୁ ଯାଇ ସାଙ୍କରୀ ଗାଁରେ ପହଞ୍ଚି କେତେକଙ୍କ ଘରେ ଖୋଜାଖୋଜି କରିଥିଲେ ଥାନା ଅଧିକାରୀ। ଆଉ କେତେକଙ୍କ କୃ​​ଷିଜାତ ଦ୍ରବ୍ୟ ଫୋପାଡିଥିବା ମଧ୍ୟ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗାଁର ମହିଳା ମାନେ ଉତ୍ୟକ୍ତ ହୋଇ ଉଠିଥିଲେ। ସଂଘବଦ୍ଧ ହୋଇ ଥାନା ଅଧିକାରୀଙ୍କୁ ଘେରାଉ କରିଥିଲେ। ଠେଲାପୋଲା କରିଥିବା ଖବର ମଧ୍ୟ ଶୁଣାଯାଉଛି। ଗ୍ରାମବାସୀ ଗାଁ ମୁଣ୍ଡରେ ଗଛ ପକାଇ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଏଭଳି ପରିସ୍ଥିତିରୁ ବିଳମ୍ବିତ ରାତିଯାଏଁ ବର୍ତ୍ତିପାରି ନଥିଲେ ଥାନା ଅଧିକାରୀ ଶ୍ରୀମତି ମୁଥୁ। ଖବର ପାଇ ଗୁଣପୁର ଏସଡିପିଓ ରାଜ କିଶୋର ଦାସ ଗୁଣପୁରରୁ ସଦଳବଳେ ପୁଲିସ ଫୋର୍ସ ଧରି ଗାଁରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ସରପଞ୍ଚ ଓ କେତେକ ଗାଁ ମୁଖିଆଙ୍କ ସାହାଯ୍ୟରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଉଦ୍ଧାର କରିଥିଲେ। ଉଧାର ବେଳେ ଥାନା ଅଧିକାରୀଙ୍କ ଜନ ବିରୋଧି କାର୍ଯ୍ୟକଳାପ ସମ୍ପର୍କରେ ଏସଡିପିଓଙ୍କୁ ଗାଁ ଲୋକେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ଥାନା ଅଧିକାରୀ ଶ୍ରୀମତୀ ମୁଥୁଙ୍କ କହିବା ଅନୁଯାୟୀ ଆମେ ପୁଲିସର କାମ କରୁଛୁ କାହାକୁ ହଇରାଣ କରିବା କଥା ସଂମ୍ପୂର୍ଣ୍ଣ ମିଛ। ସାଙ୍କରୀ ଗାଁରେ ମଧ୍ୟ ଜଣଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ଆମେ ଉଧାର କରିବା ମାତ୍ରେ ଲୋକେ ଉତ୍ୟକ୍ତ ହୋଇ ଯାଇଥିଲେ। ଆମକୁ ଘେରାଉ କରି ଆମ ସାମ୍ନାରେ ଗଞ୍ଜେଇ ସବୁ ପୋଡି ଦେଇଥିଲେ। ଏସଡିପିଓ ଶ୍ରୀ ଦାସ କିନ୍ତୁ ଘେରାଓ, ଆକ୍ରମଣ, ଉଧାର ଓ ଗଞ୍ଜେଇ ପୋଡା ଘଟଣାକୁ ସ୍ୱୀକାର କରି ଏନେଇ ଅଧିକ ତଦନ୍ତ ଚାଲିଥିବା କଥା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories