www.samajalive.in
Monday, December 15, 2025
24.1 C
Bhubaneswar

ଫ୍ଲିପକାର୍ଟ ନାଁରେ ମହିଳାଙ୍କୁ ଠକେଇ, ଥାନାରେ ମାମଲା

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ବାସନ୍ତି ବିହାର ଅଞ୍ଚଳର ଜଣେ ମହିଳାଙ୍କଠାରୁ ଅନଲାଇନ ସପିଂ ପ୍ଲାଟଫର୍ମ  ଫ୍ଲିପକାର୍ଟ ନାଁରେ ୬୪ ହଜାର ୫୯୬ ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ମହିଳା ଜଣକ ଗତ ମାସ ୨୪ ତାରିଖରେ ନିଜ ମୋବାଇଲରେ ଫ୍ଲିପକାର୍ଟ ମାଧ୍ୟମରେ ମୋବାଇଲରେ ସାମଗ୍ରୀ ବରାଦ କରିଥିଲେ। ତାହାର ମୂଲ୍ୟ ୭୩୨ ଟଙ୍କା ରହିଥିଲା। ମହିଳା ଜଣକ ଭୁଲ ବଶତଃ ୭୨୫ ଟଙ୍କା ପଇଠ କରିଥିଲେ। ବଳକା ୭ ଟଙ୍କା ପଇଠ କଲେ ଜିନିଷ ମିଳିବ ବୋଲି ଫୋନ ଆସିଥିଲା। ପରେ ମହିଳା ଜଣକ ବଳକା ଟଙ୍କା ଦେଇଥିଲେ। ପୁଣି ଥରେ ଫୋନ ଆସିଥିଲା ଯେ ଆପଣ ଅନ୍ୟ ସାମଗ୍ରୀ ବରାଦ ବାବଦରେ ଆହୁରି ୨ ହଜାର ୩୧୮ ଟଙ୍କା ଜମା କରିବାକୁ ପଡ଼ିବ। ଏହା ପରେ ମହିଳା ଜଣକ ମୋବାଇଲରେ ଅପରେଟିଂ କରି ଚାଲିଥିଲେ। ତାହାରି ମଧ୍ୟରେ ମହିଳା ଜଣକ ୬୪ ହଜାର ୫ ଶହ ୯୬ ଟଙ୍କା ଜମା କରି ସାରିଥିଲେ। ପୁଣି ଥରେ ଫୋନ ଆସିଥିଲା ଯେ ୨୦ ହଜାର ଟଙ୍କା ବାନ୍ଧିଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ଏ ନେଇ ମହିଳା ଜଣକ ତାଙ୍କ ବାପାଙ୍କୁ ଜଣାଇଥିଲେ। ବାପା ସମ୍ପୂର୍ଣ୍ଣ ଖବର ଜାଣିବା ପରେ ଠକେଇର ଶିକାର ହୋଇଥିବା ଜାଣିପାରି ଥିଲେ। ଯାହାକୁ ନେଇ ମହିଳା ଜଣକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୦୬/୨୪ରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories