www.samajalive.in
Friday, December 5, 2025
26.1 C
Bhubaneswar

କୁଷ୍ଠରୋଗୀ ସନ୍ଦେହରେ ମହିଳାଙ୍କୁ ବାସନ୍ଦ, ପାଣିନଳା ଭିତରେ ବିତୁଛି ଜୀବନ 

ନବରଙ୍ଗପୁର: କୁଷ୍ଠ ରୋଗୀ ସନ୍ଦେହରେ ମହିଳାଙ୍କୁ ପର କରିଦେଲେ ପରିବାର ଲୋକ, ସାହି ପଡିଶା, ବନ୍ଧୁ କୁଟୁମ୍ବ ଓ ଗ୍ରାମବାସୀ। ଏବେ ଅସହାୟ ମହିଳାଙ୍କର ଅଭିଶପ୍ତ ଜୀବନ ଗାଁ ମୁଣ୍ଡରେଥିବା ସିମେଣ୍ଟ ପାଣିନଳା ଭିତରେ ବିତୁଛି। ଏଭଳି ଏକ ଅମାନବୀୟ ଘଟଣା ଲୋକଲୋଚନକୁ ଆସିଛି।

ନନ୍ଦାହାଣ୍ଡିବ୍ଳକ ଅନ୍ତର୍ଗତ ବି.ମାଳିଗୁଡା ଗ୍ରାମର କମଳା ବିନ୍ଧାଣୀ (୫୫) ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ପୁଅ ବୋହୁଙ୍କ ସହିତ ରହି ଆସୁଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା କାରଣରୁ କିଛି ମାସ ପୂର୍ବରୁ ସେ ଦିନେ ଚାଲିଚାଲି ଯାଉଥିବାବେଳେ ଝୁଣ୍ଟି ପଡିଥିଲେ। ତାଙ୍କର ବାମ ଗୋଡର ମଝି ଆଙ୍ଗୁଠି ଆଘାତ ହୋଇ ପରେ ପୂଜ ହୋଇ ଛିଣ୍ଡି ଯାଇଥିଲା। ଏହାକୁ ଦେଖି ବିନା ଡାକ୍ତର ରିପୋର୍ଟରେ ସାହିପଡିଶା, ଜାତି ଓ ବନ୍ଧୁ ବର୍ଗ ତାଙ୍କୁ ବାସନ୍ଦ କରିଦେଇଥିବା ଜଣାଯାଇଛି। ଏପରିକି ତାଙ୍କ ପୁଅ ଓ ପରିବାର ଲୋକ ମଧ୍ୟ ଘରୁ ବିଦା କରିଦେଲେ। ବିଚାରୀ କମଳା କୌଣସି ଉପାୟ ନ ପାଇ ଗାଁର ଏଣେତେଣେ ବାରଣ୍ଡାରେ ରହି ଆସୁଥିଲେ। ତେବେ ବର୍ଷା ମାସ ଆରମ୍ଭ ହେବା ପରେ ରହିବାର ଅନ୍ୟ କୌଣସି ସୁବିଧା ନ ଥିବାରୁ ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ ସିମେଣ୍ଟ ପାଇପ (ହୋମ ପାଇପ) ଭିତରେ ରହି ଜୀବନ ବିତାଉଛନ୍ତି। ସରକାର ଦେଉଥିବା ଏକ ଟଙ୍କିଆ ଚାଉଳ ସହ ମଧୂବାବୁ ପେନସନ ଯୋଜନାରେ ମିଳୁଥିବା ଟଙ୍କାରେ ନିଜେ ରାନ୍ଧି ଖାଉଛନ୍ତି। ତାଙ୍କୁ ପରିବାର, ସାହିପଡିଶା, ଗ୍ରାମବାସୀ କେହି ମଧ୍ୟ ଛୁଉଁ ନ ଥିବା ଜଣାପଡିଛି। ଏହି ମହିଳାଙ୍କର ଅସହାୟତା ସଂପର୍କରେ ଗାଁର ୱାର୍ଡସଭ୍ୟ, ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଜାଣିଥିଲେ ମଧ୍ୟ ନୀରବ ରହିଛନ୍ତି। ତେବେ ବିନା ଡାକ୍ତର ପରୀକ୍ଷାରେ ଅଶିକ୍ଷିତ ମହିଳାଙ୍କୁ କୁଷ୍ଠରୋଗୀର ଆଖ୍ୟା ଦେଇ ସମାଜରୁ ବାସନ୍ଦ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା କେତେଦୁର ଯୁକ୍ତି ଯୁକ୍ତ ତାହା ପରିତାପର ବିଷୟ ହୋଇଛି। ତେବେ ଜିଲା ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି। ଏବେ ମଧ୍ୟ ଗ୍ରାମାଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟୁଥିବା ବେଳେ କୁଷ୍ଠରୋଗୀ ପ୍ରତି ଘୃଣା ମନୋଭାବ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories