www.samajalive.in
Monday, December 8, 2025
16.1 C
Bhubaneswar

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ଗ୍ରାମ ଜଙ୍ଗଲ ନିକଟରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଜଣକ ନିକଟ ହାତୀବାରି ଗ୍ରାମର ବାଦଲ ନାଏକଙ୍କ ସ୍ତ୍ରୀ ମାନିନୀ ନାଏକ (୩୪) ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

ଘର ନିକଟ ୨୦୦ ମିଟର ଦୂର ଜଙ୍ଗଲ ମଧ୍ୟରୁ ଗଳିତ ମୃତ୍ୟୁଦେହ ପଡିଥିବା ବେଳେ ଆଜି ସକାଳୁ ଗ୍ରାମର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ କରଞ୍ଜିଆ ଥାନା ଅଧିକାରୀଙ୍କ ସହ ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ପାରିପାର୍ଶ୍ବିକ ସ୍ଥିତିରୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣା ପଡି ନ ଥିଲେ ଶବ ବେବ୍ୟଛେଦ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ସେ ଗତ ଶୁକ୍ରବାରଠାରୁ ମମତା କାର୍ଡ ଆଣିବା ପାଇଁ ହୁଡ଼ିସାହି ଗ୍ରାମକୁ ଯାଇ ନିଖୋଜ ଥିଲେ । ତେବେ ଆଜି ସକାଳୁ ଘର ନିକଟ ଜଙ୍ଗଲରୁ ତାଙ୍କର ଗୋଳିତା ମୃତ୍ୟୁ ଦେହ ମିଳିଛି । ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ପରିବାର ଲୋକଙ୍କୁ ପଚରା ଉଚରା ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା କିଏ କାହିଁକି ହତ୍ୟା କୋଲା ତାହାର କୌଣସି ସୁରାକ ପାଇନି ପୋଲିସ । ତେବେ ଘଟଣା ସ୍ଥଳରେ କରଞ୍ଜିଆ ଥାନା ଅଧିକାରୀ ସମେତ ପୋଲିସ ତନତନ କରି ଯାଞ୍ଚ କରୁଛନ୍ତି । ତେବେ ଦେଖିବା ପାଇଁ ବାକି ରହିଲା ଏହା ସୁକଳ୍ପିତ ହତ୍ୟାକାଣ୍ଡ ନା କେହି ଦୁର୍ବୁତ୍ତ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ତାହା ପୋଲିସର ତଦନ୍ତ ପରେ ହିଁ ଜଣା ପଡିବ । ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories