www.samajalive.in
Sunday, December 7, 2025
26.1 C
Bhubaneswar

ଜ୍ୟୋତିଷ ଏମିତି ଯୋଜନା ଏବଂ ଭୟଭୀତ କରି ମହିଳାଙ୍କ ବଳାତ୍କାର ଭିଡଓ କରିଥିବା ଅଭିଯୋଗ

ଭୁବନେଶ୍ବର : ପାରିବାରିକ ଶାନ୍ତି ଫେରାଇବା ନାଁରେ ଟଙ୍କା ନେବା ପରେ ମହିଳାଙ୍କୁ ବଳାତ୍କାର, ଅଶ୍ଲୀଳ ଭିଡ଼ିଓ ପ୍ରଘଟ କରିବା ସହ ବ୍ଲାକ୍‌ମେଲଂି ଘଟଣାରେ କମିସନରେଟ ପୁଲିସ ସମ୍ପୃକ୍ତ ଠକ ଜ୍ୟୋତିଷ ନୀଳାମ୍ବର ପାଣିକୁ ଗିରଫ କରିଛି। ପଚରାଉଚରା ପରେ ପୁଲିସ ଠକ ଜ୍ୟୋତିଷକୁ ଶୁକ୍ରବାର ଅଦାଲତ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଠକ ନୀଳାମ୍ବରର ଘର ଭଦ୍ରକ ଜିଲା ପୀରହାଟ ଥାନା ସିନ୍ଦୋଳ ଗାଁରେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମାମଲାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆବଶ୍ୟକସ୍ଥଳେ ଅଭିଯୁକ୍ତକୁ ଜିମାରେ ଆଣି ଜେରା କରାଯିବ ବୋଲି ଅତିରିକ୍ତ ଉପାୟୁକ୍ତ ତରୁଣ ଦାଶ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ମିଠା ମିଠା କଥା କହୁଥିବା କେଉଁ ବାସ୍ତୁବିତ କିମ୍ବା ଜ୍ୟୋତିର୍ବିତଙ୍କ କଥାକୁ ବିଶ୍ୱାସ କରୁଛନ୍ତି କି ? ନିଜ ପରିବାର ସମସ୍ୟାର ସମାଧାନ କରିବାକୁ ପରାମର୍ଶ ନେଉଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ। ରାଜଧାନୀରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ମଥାରେ ତିଳକ ଲଗାଇ ଠକ ନୀଳାମ୍ବର ସାମାଜିକ ଗଣମାଧ୍ୟମରେ ନିଜକୁ ପ୍ରତିଷ୍ଠିତ ଜ୍ୟୋତିର୍ବିଦ ଓ ବାସ୍ତୁବିତ୍‌ ବୋଲି ପରିଚୟ ଦେଉଥିଲା। ପାରିବାରିକ କଳହର ସମାଧାନ ଦିଗରେ ପରାମର୍ଶ ମଧ୍ୟ ଦେଉଥିଲା। ଲୋକଙ୍କୁ ଭବିଷ୍ୟବାଣୀ ମଧ୍ୟ କହୁଥିଲା। ଯେଉଁମାନଙ୍କର କୌଣସି ପାରିବାରିକ ସମସ୍ୟା କିମ୍ବା ବ୍ୟକ୍ତିଗତ ସମସ୍ୟା ଥିବ ସେମାନଙ୍କ ବାସ୍ତୁଦୋଷ ଦୂର ନାଁରେ ଅଭିଯୁକ୍ତ ତାଙ୍କ ନିକଟତର ହେଉଥିଲା।

- Advertisement -

ଯିଏ ତା’ ଜାଲରେ ଫସୁଥିଲା ଅଭିଯୁକ୍ତ ତାକୁ ଅସଦାଚରଣ କରିବା ପରେ ବ୍ଲାକ୍‌ମେଲିଂ କରୁଥିଲା। କିଛି ମାସ ହେବ ଉପରୋକ୍ତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏହାର ସମାଧାନ ପାଇଁ ସାମାଜିକ ଗଣମାଧ୍ୟମରୁ ଠକ ନୀଳାମ୍ବରର ସାହାଯ୍ୟ ଲୋଡ଼ିଥିଲେ ପୀଡ଼ିତା। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା କଳହ ପଛରେ ସ୍ୱାମୀଙ୍କର ଗ୍ରହ ଦୋଷ ଥିବା ନୀଳାମ୍ବର ପୀଡ଼ିତାଙ୍କୁ କହିଥିଲା। ଏପରିକି ବିଭିନ୍ନ ଉପାୟରେ ମହିଳାଙ୍କ ପାଖରୁ ସେ ୮୩ ହଜାର ୫୦୦ ଟଙ୍କା ମଧ୍ୟ ନେଇଥିଲା। ଗତ ଡିସେମ୍ବର ୧୪ ତାରିଖ ଦିନ ଏହି ସମସ୍ୟାର ସମଧାନ ପାଇଁ ଗୋଟିଏ ରାତି ରୁମ୍‌ରେ ଏକୁଟିଆ ରହିବା ସହ ତାଙ୍କୁ ଗୋଟିଏ ଦିନ ପାଇଁ ଜଣେ ବ୍ରାହ୍ମଣଙ୍କୁ ବିବାହ କରିବାକୁ ଅଭିଯୁକ୍ତ ପରାମର୍ଶ ଦେଇଥିଲା। ଏଥିରେ ପୀଡ଼ିତା ମନା କରିବାରୁ ଆଉ ଏକ ସମାଧାନର ବାଟ ସେ କହିଥିଲା। ନିଜ ପାଟିରେ ସେ ଏକ ଲବଙ୍ଗ ରଖିବ, ପୀଡ଼ିତା ସେହି ଲବଙ୍ଗକୁ ନିଜ ଓଠରେ ନେବାକୁ ପରାମର୍ଶ ଦେଇଥିଲା। ଏଥିରେ ପୀଡ଼ିତା ଅରାଜି ହେବାରୁ ସେ ଘରର ଲାଇଟ ବନ୍ଦ କରି ବଳାତ୍କାର ଉଦ୍ୟମ କରିଥିଲା। ଏସବୁ ଘଟଣାକୁ ଅଭିଯୁକ୍ତ ମୋବାଇରେ ଭିଡ଼ିଓ କରିଥିଲା। ତାଙ୍କ କଥାରେ ରାଜି ନହେଲେ ଉକ୍ତ ଭିଡ଼ିଓକୁ ପ୍ରଘଟ କରିଦେବାକୁ ଧମକ ଦେଇଥିଲା। ଏଥିରେ ଭୟଭୀତ ହୋଇ ପୀଡ଼ିତା ଘଟଣା ସମ୍ପର୍କରେ ମୁହଁ ଖୋଲି ନଥିଲେ।
ପୀଡ଼ିତାଙ୍କ ଅଜ୍ଞାତରେ ତାଙ୍କ ସ୍ୱାମୀଙ୍କୁ ନୀଳାମ୍ବର ୨ଲକ୍ଷ ଟଙ୍କା ମାଗିଥିଲା। ସ୍ୱାମୀ ଟଙ୍କା ଦେବାକୁ ଭଦ୍ରକ ଯାଇଥିବାବେଳେ ପୀଡ଼ିତା ଜାଣି ପାରି ଟଙ୍କା ଦେବା ଲାଗି ସ୍ୱାମୀଙ୍କୁ ମନା କରିଥିଲେ। ଏହାପରେ ସ୍ବାମୀ ସମ୍ମୁଖରେ ସେ ନୀଳାମ୍ବରର ପୂରା କାହାଣୀ ବଖାଣିଥିଲେ। ଗତ ଗୁରୁବାର ସ୍ୱାମୀଙ୍କ ସହ ଆସି ପୀଡ଼ିତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯେ, ନୀଳାମ୍ବର ସାମାଜିକ ଗଣମାଧ୍ୟମରେ କେବେଠାରୁ ଏପରି ଭାଷଣ ଦେଉଥିଲା। ପୂର୍ବରୁ ସେ ଆଉ କାହାକୁ ସମାଧାନ ବାଟ କହି ବ୍ଲାକ୍‌ମେଲିଂ କରିଛି କି ? ଠକେଇ ଟଙ୍କା କେଉଁଠି ବିନିଯୋଗ ହୋଇଛି। ଅନ୍ୟପଟେ ଆଉ ଯେଉଁମାନେ ଠକ ନୀଳାମ୍ବରର ଶିକାର ହୋଇଛନ୍ତି, ସେମାନେ ଥାନାରେ ଅଭିଯୋଗ କରିବା ପାଇଁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ପୀଡ଼ିତା ଦୁଇ ବର୍ଷ ତଳେ ବିବାହ କରିଥିଲେ। ସ୍ବାମୀ ଓ କୁନିପୁଅକୁ ନେଇ ସେ ନୂଆପଲ୍ଲୀ ବେହେରା ସାହିରେ ଘର ଭଡ଼ା ନେଇ ରହୁଛନ୍ତି। କିଛି ମାସ ହେବ ସ୍ବାମୀ ବେଙ୍ଗାଲୁରୁରେ ରହୁଥିବାବେଳେ ପୀଡ଼ିତା ପୁଅ ସହ ଏଠାରେ ରହୁଥିଲେ।
ପାରିବାରିକ ଶାନ୍ତି ଫେରାଇବା…

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories