www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ମହାମହିମଙ୍କ ଜନ୍ମଦିବସ

ସମାଜ ଡିଜିଟାଲ ଡେସ୍କ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିବସ । ୧୯୫୮ମସିହା ଜୁନ୍‍ ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଜରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ ଦେଶର ପ୍ରଥମ ନାଗରିକ । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ । ସୁସ୍ଥ, ସୁନ୍ଦର ସମାଜ ଗଠନ ପାଇଁ ଅସୁମାରୀ ସ୍ୱପ୍ନକୁ ନେଇ ମନ ସର୍ବଦା ଚଳଞ୍ଚଳ । ଜୀବନରେ ଦୁଃଖ ପଡୋଶୀ ଓ ସୁଖ ପରଦେଶୀ ପାଲଟିଥିଲେ ବି ସେ କେବେ ହୋଇନାହାଁନ୍ତି ହତାଶ ଓ ନିରାଶ । ସର୍ବଦା ଉଜ୍ଜ୍ୱଳତମ ଚେତନାର ସନ୍ଧାନୀ ସିଏ । ଅଖ୍ୟାତ ପଲ୍ଲୀର କୁମାରୀରୁ ହୋଇପାରିଛନ୍ତି ରାୟସିନା ହିଲର ଅଧୀଶ୍ୱରୀ । ସେପ୍ରେରଣାର ଜ୍ୟୋତି । ସମସ୍ତଙ୍କର ମାନନୀୟା । ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ୬୭ତମ ଜୟନ୍ତୀ ଅବସରରେ ତାଙ୍କୁ ପ୍ରଣାମ ଓ ଅଜସ୍ର ଅଭିନନ୍ଦନ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories