www.samajalive.in
Saturday, December 6, 2025
14.1 C
Bhubaneswar

ବିମାନ ଦୁର୍ଘଟଣା କରାଇବାକୁ ଧମକ ଦେଇ ମହିଳା ଡାକ୍ତର ଗିରଫ

ସମାଜ ଡିଜିଟାଲ ଡେସ୍କ: ବିମାନ ଦୁର୍ଘଟଣା କରାଇଦେବାକୁ ଧମକ ଦେଇ ଗିରଫ ହୋଇଛନ୍ତି ଜଣେ ୩୬ ବର୍ଷୀୟା ମହିଳା ଡାକ୍ତର। ବେଙ୍ଗାଲୁରୁରୁ ସୁରତ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ଏଭଳି ଘଟିଛି। ମହିଳାଙ୍କ ଏପରି କାଣ୍ଡ ଯୋଗୁ ବିମାନ ଉଡ଼ାଣ ୨ ଘଣ୍ଟା ବିଳମ୍ବ ହୋଇଛି। ଅଭିଯୁକ୍ତ ମହିଳା ଡାକ୍ତର ଜଣକ ହେଉଛନ୍ତି ବ୍ୟାସ ହିରାଲ ମୋହନଭାଇ।

ପୁଲିସ ସୂଚନା ଅନୁସାରେ, ହିରାଲ ଯାଞ୍ଚ କାଉଣ୍ଟରରେ ନିଜର ୨ଟି ବ୍ୟାଗ ଯାଞ୍ଚ ନ କରାଇ ଅନ୍ୟ ବାଟରେ ପ୍ରବେଶ କରିଥିଲେ। ବିମାନରେ ଚଢ଼ିବା ପରେ ସେ କ୍ରିଉ ସଦସ୍ୟଙ୍କୁ ତାଙ୍କ ବ୍ୟାଗ୍‌ଗୁଡ଼ିକୁ କ୍ରିଉ କ୍ୟାବିନ ଭିତରେ ରଖିବାକୁ କହିଥିଲେ। କିନ୍ତୁ କ୍ରିଉ କ୍ୟାବିନରେ ଯାତ୍ରୀଙ୍କ ବ୍ୟାଗ ରଖିବା ଉପରେ କଟକଣା ରହିଥିବାରୁ କ୍ରିଉ ସଦସ୍ୟ ମନା କରିଦେଇଥିଲେ। ଏହି କାରଣରୁ ହିରାଲ ଉତକ୍ଷିପ୍ତ ହୋଇ କ୍ରିଉ ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରିବା ସହ ବିମାନ ଦୁର୍ଘଟଣା କରାଇଦେବେ ବୋଲି ଧମକ ଦେଇଥିଲେ।

- Advertisement -

ଏହା ପରେ କ୍ରିଉ ସଦସ୍ୟ ନିରାପତ୍ତା ଅଧିକାରୀଙ୍କ ଏ ସମ୍ପର୍କରେ ଅବଗତ କରାଇଥିଲେ। ଯାହାଫଳରେ ହିରାଲଙ୍କୁ ତୁରନ୍ତ ବିମାନରୁ ବାହାର କରାଯିବା ସହିତ ପରେ ଗିରଫ କରାଯାଇଥିଲା। ହିରାଲ ଜଣେ ଆୟୁର୍ବେଦିକ ଡାକ୍ତର ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories