ଭୁବନେଶ୍ବର : କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି. ଉଦୟଗିରିରେ ରାତି ତାପମାତ୍ରା ୪.୨ ଡିଗ୍ରୀ ଥିବାବେଳେ କୋରାପୁଟ ଜିଲାର ସେମିଳିଗୁଡ଼ାରେ ପାରଦ ୫.୫ ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଆଜି ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଏବଂ କଳାହାଣ୍ଡି ଜିଲାର କିଛି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହୋଇଛି। ତେଣୁ ଏସବୁ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
Popular Categories



