www.samajalive.in
Monday, December 8, 2025
16.1 C
Bhubaneswar

କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ : ପୁରୀ, ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକଠାରେ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୋର୍ଦ୍ଧାଠାରେ ପତାକା ଉତ୍ତୋଳନ କରିବେ। ସେହିପରି ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼଼, ରବି ନାରାୟଣ ନାଏକ ସୁବର୍ଣ୍ଣପୁର, ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର, ପୃଥ୍ବୀରାଜ ହରିଚନ୍ଦନ ଯାଜପୁର, ମୁକେଶ ମହାଲିଙ୍ଗ ରାୟଗଡ଼ା, ବିଭୁତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ବାଲେଶ୍ବର, ଗଣେଶ ରାମସିଂ ଖୁଣ୍ଟିଆ କେନ୍ଦୁଝର, ସୂର୍ଯ୍ୟବଂଶୀ ସୂରଜ ନୂଆପଡ଼ା, ପ୍ରଦୀପ ବଳ ସାମନ୍ତ ଢେଙ୍କାନାଳ, ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ନୟାଗଡ଼ରେ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ।
ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ଆରଡିସି କେନ୍ଦ୍ରାପଡ଼ାରେ, ଦକ୍ଷିଣାଞ୍ଚଳ ଆରଡିସି ବ୍ରହ୍ମପୁରରେ ଏବଂ ଉତ୍ତରାଞ୍ଚଳ ଆରଡିସି ରାଉରକେଲାରେ ପତାକା ଉତ୍ତୋଳନ ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ଅନୁଗୋଳ, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଏବଂ ଫୁଲବାଣୀରେ ସମ୍ପୃକ୍ତ ଜିଲାର ଜିଲାପାଳ ପତାକା ଉତ୍ତୋଳନ କରିବେ। ବାରିପଦାରେ ମୟୂରଭଞ୍ଜ ଜିଲାପାଳ ଏବଂ ଛତ୍ରପୁରରେ ଗଞ୍ଜାମ ଜିଲାପାଳ ପତାକା ଉତ୍ତୋଳନ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories